ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ନିଜ ନିଜର ସୀମା ଭିତରେ କାର୍ଯ୍ୟ କରିବା ଉଚିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟବସ୍ଥାପିକା, ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ଗୋଟିଏ ପରିବାରର ଅଂଶ। ସେମାନେ ପରସ୍ପରକୁ ସମୃଦ୍ଧ କରିବାକୁ କାର୍ଯ୍ୟକରିବା ଉଚିତ। ନ୍ୟାୟିକ ସକ୍ରିୟତା ଉପରେ ପ୍ରଧାନ ବିଚାରପତି ଏବଂ ଆଇନମନ୍ତ୍ରୀ ଯୁକ୍ତି କରିଥିବାବେଳେ ଏକଥା ଅତି ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ରବିବାର ଦିନ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପରିବର୍ତ୍ତିତ ପରିସ୍ଥିତିରେ କେମିତି ଅଗ୍ରସର କରିହେବ ସେ ବିଷୟରେ ବ୍ୟବସ୍ଥାପିକା, ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମୁଣ୍ଡ ଖେଳାଇବା ଉଚିତ।

ସେମାନେ ଗୋଟିଏ ପରିବାରର ସଦସ୍ୟ। କିଏ ଭୁଲ୍‌ କିଏ ଠିକ୍‌ ତାହା ଆମେ ପ୍ରମାଣ କରିବା କଥା ନୁହେଁ। ଆମେ ଆମର ଶକ୍ତି ଜାଣିଛନ୍ତି, ଆମେ ଆମର ଦୁର୍ବଳତା ଜାଣିଛନ୍ତି ବୋଲି ଜାତୀୟ ଆଇନ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଏକତ୍ର ହୋଇଥିବା ବିଚାରପତି ଏବଂ ଓକିଲମାନଙ୍କୁ ମୋଦି କହିଥିଲେ।

ମୋଦି ଦର୍ଶାଇ ଥିଲେ ଯେ ଅଧିକାର ପାଇଁ ଲଢ଼ିବାବେଳେ ଜଣେ ନିଜର କର୍ତ୍ତବ୍ୟ ଭୁଲି ଯିବା ଅନୁଚିତ।

ସେ ଗୁରୁତ୍ୱ ଦେଇ କହିଥିଲେ କି କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା ମଧ୍ୟରେ ସନ୍ତୁଳନ ହେଉଛି ସମ୍ବିଧାନର ମେରୁଦଣ୍ଡ। ଜରୁରୀ ପରିସ୍ଥିତିରେ ଏହା ଦେଶକୁ ସାହାଯ୍ୟ କରିଛି।

ଯେ କୌଣସି ଅନୁଷ୍ଠାନର ସୁପରିଚାଳନା ପାଇଁ ନିୟନ୍ତ୍ର ଓ ସନ୍ତୁଳନ ଏବଂ ଆତ୍ମ ନିୟନ୍ତ୍ରଣ ଦରକାର ବୋଲି ସେ କହିଥିଲେ। ବିଆର୍‌ ଅମ୍ବେଦକରଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଥିଲେ କି, କର୍ତ୍ତୃପକ୍ଷମାନଙ୍କ ପାଇଁ ସୀମା ରହିବା ଉଚିତ।

Image Courtesy of TOI

ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଭାଷଣ ଦେବା ପୂର୍ବରୁ ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ନ୍ୟାୟପାଳିକାକୁ ନ୍ୟାୟପାଳିକା, ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାର କ୍ଷମତା ପୃଥକୀ କରଣ କଥା ସ୍ମରଣ କରାଇ ଦେଇଥିଲେ।

କ୍ଷମତା ପୃଥକୀକରଣ କାର୍ଯ୍ୟପାଳିକା ପ୍ରତି ଯେମିତି ପ୍ରଜୁଯ୍ୟ ନ୍ୟାୟପାଳିକା ସେମିତି ପ୍ରଜୁଯ୍ୟ।

ଆଇନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଲେ ଯେ ସେମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହିବା ଉଚିତ। କୌଣସି ବିଭାଗ କାହା ଉପରେ ପ୍ରଭୁତ୍ୱ ଜାହିର କରିବା ଅନୁଚିତ।

ଭାରତର ପ୍ରଧାନ ବିଚାରପତି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ହେଉଛି, ସାକ୍ଷର, ଶିକ୍ଷିତ ଏବଂ ଡିଜିଟାଲି-ସମର୍ଥ ଭାରତ। ସେ ଲକ୍ଷ୍ୟ ହାସଲ କରିବାକୁ ନ୍ୟାୟପାଳିକା ସାମ୍ବିଧାନିକ ଉତ୍‌ପ୍ରେରକର ଭୂମିକା ତୁଲାଉଛି।

ନ୍ୟାୟପାଳିକାର ଆଗଚଲା ସ୍ୱଭାବକୁ ଦର୍ଶାଇ ପ୍ରସାଦ କହିଲେ ଯେ ଆଇନ ପ୍ରସ୍ତୁତି କରିବାକୁ ନିର୍ବାଚିତ ହୋଇଥିବା ଲୋକଙ୍କ ଉପରେ ଆଇନ ତିଆରି ଭାର ଛାଡ଼ି ଦେବା କଥା। ସମ୍ବିଧାନ ସ୍ଥାପନାକାରୀ ଜନକମାନେ ସ୍ପଷ୍ଟ କହି ଯାଇଛନ୍ତି ଯେ ଶାସନ କରିବାକୁ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ବ୍ୟକ୍ତିଙ୍କ ହାତରେ ଶାସନ ପରିଚାଳନା ରହିବ। ସେମାନେ ଭାରତବାସୀଙ୍କ ନିକଟରେ ଉତ୍ତରଦାୟୀ ବୋଲି ସେ କହିଥିଲେ।

ଜଷ୍ଟିସ୍‌ ମିଶ୍ର ଜବାବ ଦେଇଥିଲେ ଯେ, କୌଣସି ନୀତି ନିର୍ଦ୍ଧାରଣ କରିବାକୁ ଆମେ ଆଗ୍ରହୀ ନୋହୁଁ। କିନ୍ତୁ, ନୀତି ନିର୍ଦ୍ଧାରଣ କରାଯିବା ପରେ, ତାହାକୁ ବ୍ୟାଖ୍ୟା କରିବାକୁ ଏବଂ ତାହା ଲାଗୁ ହେଲା କି, ନାହିଁ ଦେଖିବାକୁ ଆମକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର