ଲାଇଷ୍ଟର୍: ଶନିବାର ରାତିରେ ଥାଇ ଟାଇକୁନ୍ ବିଚାଇ ଶ୍ରୀବଦ୍ଧନପ୍ରଭାଙ୍କ ଏକ ହେଲିକାପ୍ଟର୍ ତାଙ୍କର ୟୁକେ ଫୁଟ୍ବଲ୍ କ୍ଲବ୍ ‘ଲାଇଷ୍ଟର୍ ସିଟି’ର ଏକ ଷ୍ଟାଡିୟମ୍ ନିକଟରେ ଦୁର୍ଘଟନାଗ୍ରସ୍ତ ହୋଇଛି।
ବିଚାଇ ଶ୍ରୀବଦ୍ଧନପ୍ରଭା ହେଲିକାପ୍ଟର୍ରେ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ। କିନ୍ତୁ ସେ ଖେଳ ଦେଖୁଥିଲେ ଏବଂ ସମ୍ବାଦ ସରବରାହ ସଂସ୍ଥା ବିବିସି କମେଣ୍ଟେଟର୍ଙ୍କ ହସ କଥା କହିଥିବା ଜଣାପଡ଼ିଛି।
ନିଅାଁ ପିଣ୍ଡୁଳା ପାଲଟି ଯାଇଥିବା ହେଲିକାପ୍ଟର୍ଟିରୁ ଧୂଅାଁ ବାହାରୁଥିବା ମୋବାଇଲ୍ ଫୋନ୍ରେ ଉଠିଥିବା ଫଟୋରେ ଦେଖାଯାଉଛି।
ଶନିବାର ରାତି ପ୍ରାୟ ୮: ୩୮ରେ କିଙ୍ଗ୍ ପାଓ୍ଵାର୍ ଷ୍ଟାଡିୟମ୍ େଓ୍ଵଷ୍ଟ୍ ହାମ୍ ବିରୋଧରେ ଏକ ମ୍ୟାଚ୍ ଶେଷ ହେବା ପରେ ହେଲିକାପ୍ଟର୍ଟି କାର୍ପାର୍କ ନିକଟରେ ଦୁର୍ଘଟନାରେ ସମ୍ମୁଖୀନ ହୋଇଥିଲା।
ହେଲିକାପ୍ଟର୍ଟିକୁ ଚଳାଉଥିବା ପାଇଲଟ୍ ଏବଂ ଅନ୍ୟ ଯାତ୍ରୀମାନଙ୍କର ଶବ ଚିହ୍ନଟ କରାଯାଇ ପାରି ନାହିଁ। ଖେଳ ପଡ଼ିଆରେ କେହି ଆହତ ହୋଇଛନ୍ତି କି, ନାହିଁ ତାହା ମଧ୍ୟ ଜଣାପଡ଼ି ନାହିଁ।
ହେଲିକାପ୍ଟର୍ ନିଅାଁ ଲିଭାଇବାକୁ ଦମକଳ ବାହିନୀକୁ ପ୍ରାୟ ୨୦ ମିନିଟ୍ ଲାଗିଥିଲା।