ସାବଧାନ ! କଣ୍ଡୋମ ଦେଇପାରେ ଧୋକା, ସେଣ୍ଟ୍ରାଲ ଡ୍ରଗ ଟେଷ୍ଟିଙ୍ଗ ଲ୍ୟାବ ପରୀକ୍ଷଣ ସ୍ପଷ୍ଟ କଲା

ମୁମ୍ବାଇ: ସୁରକ୍ଷିତ ସମ୍ପର୍କ ସହ ଚାଁହୁନଥିବା ଗର୍ଭରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଉଥିବା କଣ୍ଡୋମ ଆପଣଙ୍କୁ ଧୋକା ଦେଇପାରେ | ଆପଣ ଯଦି ଭାବୁଥିବେ ଯେ କଣ୍ଡୋମ ଶତପ୍ରତିଶତ ସଫଳ ତେବେ ସତର୍କ ହୋଇଯାଆନ୍ତୁ | କାରଣ ଆପଣଙ୍କର ଏହି ଚିନ୍ତାଧାରା ଭୁଲ ସାବ୍ୟସ୍ତ ହୋଇପାରେ | ଅନୁସନ୍ଧାନରୁ ଜଣାପଡିଛି ଯେ ୫ ପ୍ରତିଶତ କଣ୍ଡୋମ ସଫଳ ହୋଇପାରିନଥାଏ | ଏଥିରେ ଛିଦ୍ର ରହିଥିବାରୁ ଆପଣଙ୍କ ସୁରକ୍ଷିତ ସମ୍ପର୍କ ଅସୁରକ୍ଷିତ ହୋଇପାରେ |

କଣ୍ଡୋମର ଗୁଣବତ୍ତା ଯାଞ୍ଚ ପାଇଁ ସୂଚନା ଅଧିକାର କର୍ମୀ ଫାଇଲ କରିଥିଲେ | ଏହା ଅନୁସାରେ ଜୁନ ମାସରୁ ଜୁଲାଇ ମାସ ମଧ୍ୟରେ ଦେଶ ସାରା ୪୧୧ଟି କଣ୍ଡୋମର ନମୁନା ସଂଗ୍ରହ କରାଯାଇଥିଲା | ସେଣ୍ଟ୍ରାଲ ଡ୍ରଗ ଟେଷ୍ଟିଙ୍ଗ ଲ୍ୟାବ ପକ୍ଷରୁ ଏହି ନମୁନା ସଂଗ୍ରହ କରାଯାଇଥିଲା | ଯେତେବେଳେ ଲ୍ୟାବରେ ପରୀକ୍ଷା କରାଯାଇଥିଲା ଜଣାପଡିଥିଲା ଯେ ୪୧୧ଟି ନମୁନାରୁ ୨୨ଟି ଅର୍ଥାତ ୫ ପ୍ରତିଶତ କଣ୍ଡୋମ ପରୀକ୍ଷାରେ ଅସଫଳ ହୋଇଛି |

ଏହି ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା | ଏଚଆଇଭି କାର୍ଯ୍ୟକର୍ତ୍ତା ଗଣେଶ ଆଚାର୍ଯ୍ୟ କହିଛନ୍ତି ଯେ ଏହା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବା ସହ ପରିବାର ନିୟୋଜନ ଯୋଜନା ପ୍ରଭାବିତ ହୋଇପାରେ | ଏଠାରେ ସୂଚନା ଥାଉ କି ଭାରତରେ ଦିନକୁ ଲକ୍ଷାଧିକ କଣ୍ଡୋମ ବ୍ୟବହାର ହୋଇଥାଏ |

 

ସମ୍ବନ୍ଧିତ ଖବର