ଜୟପୁର: ତାତି ବଢିବା ସାଙ୍ଗକୁ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ବିଶେଷକରି ଲେମ୍ବୁ, ଭେଣ୍ଡି, କାକୁଡି, ଜହ୍ନି ମୂଲ୍ୟ ସାଧାରଣ ଲୋକଙ୍କ ପକେଟ ପାଇଁ ବୋଝ ସଦୃଶ ହୋଇଛି | ତେବେ ରାଜସ୍ଥାନ କୋଟାରେ ଲେମ୍ବୁର ମୂଲ୍ୟ ଆଜିର ଦିନରେ ପେଟ୍ରୋଲ ଏବଂ ଡିଜେଲ ଅପେକ୍ଷା ମହଙ୍ଗା ହୋଇଛି | ୧୦ ଦିନ ପୂର୍ବରୁ ଲେମ୍ବୁ କିଲୋ ପିଛା ୬୦-୭୦ ଟଙ୍କା ଥିବାବେଳେ, ବର୍ତ୍ତମାନ କିଲୋଗ୍ରାମ ପିଛା ୨୫୦ ରୁ ୨୮୦ ଟଙ୍କାକୁ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ସହିତ ଲୋକମାନେ ଲେମ୍ବୁ କ୍ରୟକୁ ମଧ୍ୟ ହ୍ରାସ କରିଛନ୍ତି। କେବଳ ଅଳ୍ପ ଲୋକ ଲେମ୍ବୁ କିଣିବାକୁ ସକ୍ଷମ ଅଟନ୍ତି |
ଲେମ୍ବୁ ବ୍ୟତୀତ ଭେଣ୍ଡି, କାକୁଡି, ଜହ୍ନି, କଞ୍ଚାଲଙ୍କା ଭଳି ପନିପରିବାର ମୂଲ୍ୟ ମଧ୍ୟ ୭୦ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ପନିପରିବା ମହଙ୍ଗା ହୋଇଛି।
ପନିପରିବା ବିକ୍ରୟ କରୁଥିବା ଦୋକାନୀମାନେ କହୁଛନ୍ତି ଯେ ଲେମ୍ବୁ ସହ ପନିପରିବା ଅଧିକ ମୂଲ୍ୟରେ କିଣିବାକୁ ପଡୁଥିବାରୁ ଗ୍ରାହକଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପଡୁଛି | ସୂଚନା ଥାଉ କି ୪ ଦିନ ତଳେ ଗୁଜରାଟର ରାଜକୋଟରେ ଲେମ୍ବୁର ଦର ଅସ୍ବାଭାବିକ ଭାବେ ବୃଦ୍ଧି ପାଇ କିଲୋପିଛା ୨୦୦ ଟଙ୍କାରେ ପହଞ୍ଚିଥିଲା | ଚାହିଦା ବୃଦ୍ଧି ଓ ନିଅଣ୍ଟିଆ ଯୋଗାଣ ପାଇଁ ଦରବୃଦ୍ଧି ଘଟିଛି ବୋଲି ବ୍ୟବସାୟୀମାନେ କହିଥିଲେ |