ବେଜିଂ: ଚୀନ୍ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନାଭାଇରସ୍ ମହାମାରୀ ସହିତ ଲଢ଼ୁଛି। କୋଭିଡ୍ ଟୀକାକରଣ ଏବଂ ଅନେକ ପ୍ରତିବନ୍ଧକ ପରେ ମଧ୍ୟ ସେଠାରେ ଥିବା ଲୋକମାନେ କରୋନା ସଂକ୍ରମିତ ହେଉଛନ୍ତି। ସଂପ୍ରତି ଚୀନ୍‌ରେ ତାଣ୍ଡବ ରଚୁଛି କରୋନା। ଲୋକମାନେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରାକୃତିକ ଉପଚାର ଆପଣାଉଛନ୍ତି। ଏଭଳି ପରିସ୍ଥିତିରେ ଚୀନ୍ ରେ ଲେମ୍ବୁର ଚାହିଦା ହଠାତ ବୃଦ୍ଧି ପାଇଛି।

Advertisment

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ସିଚୁଆନ୍‌ର ଦକ୍ଷିଣ-ପଶ୍ଚିମ ପ୍ରଦେଶର ଲେମ୍ବୁ ବ୍ୟବସାୟୀ ବେନ୍ ପ୍ରାୟ ୧୩୦ ଏକର ଜାଗାରେ ଲେମ୍ବୁ ଚାଷ କରନ୍ତି, ଯାହା ଚୀନ୍ ରେ ପ୍ରାୟ ୭୦ ପ୍ରତିଶତ ଲେମ୍ବୁ ଉତ୍ପାଦନ କରିଥାଏ। ସେ କହିଛନ୍ତି ଯେ ଗତ ସପ୍ତାହରେ ତାଙ୍କର ବିକ୍ରି ଦିନକୁ ୫ କିମ୍ବା ୬ ଟନରୁ ୩୦ ଟନକୁ ବୃଦ୍ଧି ପାଇଛି। ବେନ୍ କରିଛନ୍ତି ଯେ, ଲେମ୍ବୁର ଚାହିଦା ବେଜିଂ ଓ ସାଂଘାଇ ଭଳି ସହରରୁ ଅଧିକ ଆସୁଛି। ସେଠାରେ ଲୋକମାନେ କରୋନା ମହାମାରୀ ବିରୁଦ୍ଧରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭିଟାମିନ୍ ସି ଆକାରରେ ଲେମ୍ବୁକୁ ବ୍ୟବହାର କରୁଛନ୍ତି। ଥଣ୍ଡା ଓ ଫ୍ଲୁ ଔଷଧ କମ୍ ଚାଲୁଥିବାରୁ ଲୋକମାନେ ନିଜକୁ ଅଧିକ ରୋଗ ପ୍ରତିରୋଧକ କରିବା ପାଇଁ ଲେମ୍ବୁ ବ୍ୟବହାର କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ଯେ ଭିଟାମିନ୍ ସି କୋଭିଡକୁ ଚିକିତ୍ସା କିମ୍ବା ପ୍ରତିରୋଧ କରିପାରିବ।
ଯଦି ବର୍ତମାନ ଚୀନର କରୋନା ମହାମାରୀ ବିଷୟରେ କହିବା, ତେବେ ଚୀନ୍ ପାଇଁ ଏଥିରୁ ମୁକ୍ତି ପାଇବା ପାଇଁ କୌଣସି ଉପାୟ ନାହିଁ। ଯୁକ୍ତରାଷ୍ଟ୍ରର ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ (ଆଇଏଚଏମଇ) ର ନୂତନ ଆକଳନ ଅନୁଯାୟୀ, ଚୀନ୍‌ର କଠୋର କରୋନା ପ୍ରତିବନ୍ଧକ ଦ୍ୱାରା କରୋନାଭାଇରସ୍ ସଂକ୍ରମଣ ବିସ୍ଫୋରଣ ହୋଇପାରେ ଏବଂ ୨୦୨୩ ସୁଦ୍ଧା ଦେଶରେ ଏକ ଲକ୍ଷରୁ ଅଧିକ ମୃତ୍ୟୁ ଘଟିପାରେ।

ଆକଳନ ଅନୁଯାୟୀ, ଏପ୍ରିଲ୍ ୧ରେ ଚୀନରେ କରୋନାଭାଇରସ୍ ସଂକ୍ରମଣର ସଂଖ୍ୟା ସର୍ବାଧିକ ହେବ। ଆଇଏଚଏମଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର୍ ମୋରେ କହିଛନ୍ତି ଯେ, ସେତେବେଳକୁ ଚୀନ୍ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ସଂକ୍ରମିତ ହୋଇସାରିଥିବେ। କୋଭିଡ ପ୍ରତିବନ୍ଧକ ହଟାଯିବା ପରଠାରୁ ଚୀନର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣରେ କୌଣସି ସରକାରୀ କୋଭିଡ ମୃତ୍ୟୁ ବିଷୟରେ ରିପୋର୍ଟ କରି ନାହିଁ। ଶେଷ ସରକାରୀ ମୃତ୍ୟୁ ୩ ଡିସେମ୍ବରରେ ରେକର୍ଡ କରାଯାଇଥିଲା। ବେଜିଂର ସରକାରୀ ଆକଳନ ଅନୁଯାୟୀ କରୋନା ମହାମାରୀ ଯୋଗୁଁ ମୋଟ ୫,୨୩୫ ଜଣଙ୍କର ମୃତ୍ୟୁ ଘଟିଛି।