ଶାଶୁକୁ ଘର ଅଗଣାରୁ ଟାଣିନେଲା ଚିତାବାଘ; ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇ ସଂଘର୍ଷ କଲା ବୋହୂ

ଡେରାଡୁନ୍‌ : ଡେରାଡ଼ୁନ୍‌ରେ ଜଣେ ବୃଦ୍ଧାଙ୍କ ଉପରେ ଏକ ଚିତାବାଘ ଆକ୍ରମଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଂନ୍ଧ୍ୟା ସମୟରେ ବୃଦ୍ଧା ଘର ବାହାରେ ବସିଥିବା ବେଳେ ଚିତାବାଘ ବୃଦ୍ଧାଙ୍କ ଉପରେ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ତାଙ୍କ ବୋହୂ ଦୌଡ଼ି ଆସିବା ସହ ବଞ୍ଚାଇବା ପାଇଁ ଶାଶୁଙ୍କ ଗୋଡ଼କୁ ଜାବୁଡ଼ି ଧରିଥିଲେ । କିନ୍ତୁ ସେ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇ ନଥିଲେ। ଚିତାବାଘଟି ବୃଦ୍ଧାଙ୍କୁ ଟାଣି ନେଉଥିବା ବେଳେ ବୋହୂ ପଛେ ପଛେ ଦୌଡ଼ିଥିଲେ । କିନ୍ତୁ ସେ ଚିତାବାଘକୁ ରୋକି ପାରି ନଥିଲେ । ଏହି ଘଟଣା ପରେ ଗାଁ ଲୋକେ ଚିତାବାଘକୁ ହତ୍ୟା କରାଯାଉ ବୋଲି ଦାବି କରିବା ସହ ଏଭଳି ନ କରାଗଲେ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି ।

AI News

ସୂଚନା ମୁତାବକ, ସଂନ୍ଧ୍ୟା ୭ଟା ସମୟରେ ଗୋବିନ୍ଦୀ ଦେବୀ ପୂଜା ସାରି ଘର ବାହାରକୁ ଆସିବା ପରେ ବାହାରେ ଥିବା ଚିତାବାଘ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଗୋବିନ୍ଦୀ ଦେବୀଙ୍କ ବୋହୂ ଗୀତା ଶାଶୁଙ୍କୁ ଚିତାବାଘ ଟାଣି ନେଉଥିବା ଦେଖି ଶାଶୁଙ୍କ ଗୋଡ଼କୁ ଟାଣି ଧରିଥଲେ । କିନ୍ତୁ ଶେଷରେ ହାତ ଖସି ଯିବାରୁ ଚିତାବାଘ ଗୋବିନ୍ଦୀ ଦେବୀଙ୍କୁ ନେଇ ପାଖରେ ଥିବା ଚାଷ ଜମିକୁ ଦୌଡ଼ିଥିଲା । ଗୀତା ଚିତ୍କାର କରି ପଛେ ପଛେ ଦୌଡ଼ିଥିବା ବେଳେ ଗାଁ ଲୋକେ ମଧ୍ୟ ପହଞ୍ଚିଥିଲେ । କିନ୍ତୁ ପହଞ୍ଚିବା ବେଳକୁ ବାଘଟି ଗୋବିନ୍ଦୀ ଦେବୀଙ୍କୁ ମାରି ଚାଷ ଜମିରେ ଛାଡ଼ି ଯାଇ ସାରିଥିଲା ।

ସମ୍ବନ୍ଧିତ ଖବର