ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘର ସାମ୍ନାରେ ଭାଇ ସହିତ ଖେଳୁଥିବା ବେଳେ ୨ବର୍ଷର ଶିଶୁକୁ ବାଘ ଝାମ୍ପି ନେଇ ଜୀବନ ନେଇଯାଇଥିବା ଗ୍ରାମବାସୀ ବନବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ବାଘ ଏଯାବତ ୨୮ଜଣ ଲୋକଙ୍କ ଜୀବନ ନେଇ ସାରିଲାଣି।
ସୂଚନାଯୋଗ୍ୟ, ବିଜନୌର ମଣ୍ଡାବର ଅଞ୍ଚଳସ୍ଥ କୋହରୀପୁର ଗ୍ରାମର ବାସିନ୍ଦା ରାଜକୁମାର ଗ୍ରାମ ନିକଟସ୍ଥ ଜମିରେ ଚାଷ କାମ କରନ୍ତି। ଘଟଣାଦିନ ରାଜକୁମାର ତାଙ୍କ ସ୍ତ୍ରୀଙ୍କ ସହିତ ଚାଷଜମିକୁ ପନିପରିବା ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ରାଜକୁମାରଙ୍କ ପୁଅ ହର୍ଷିତଔର ଓ ତାଙ୍କ ୨ବର୍ଷର ପୁଅ ମୟଙ୍କ ଘର ସାମ୍ନାରେ ଖେଳୁଥିଲେ। ଏତିକି ବେଳେ ଏକ ବାଘ ଆସି ଶିଶୁ ମୟଙ୍କକୁ ଝାମ୍ପି ନେଇ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା।
ଗ୍ରାମବାସୀ ବାଘ ମୁହଁରୁ ମୟଙ୍କକୁ ଝଡ଼ାଇବାକୁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ରହିଥିଲେ। କିଛିସମୟ ପରେ ବାଘ ଏକ ବୁଦା ନିକଟରେ ମୟଙ୍କକୁ ଛାଡ଼ି ଚାଲି ଯାଇଥିଲା। ଏହାପରେ ଗ୍ରାମବାସୀ ଶିଶୁକୁ ଉଦ୍ଧାର କରି ହସ୍ପିଟାଲ ନେଇ ଯାଇଥିବା ବେଳେ ଦୁଃଖର ବିଷୟ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/01/retr-2025-07-01-19-48-23.jpg)