ନୂଆଦିଲ୍ଲୀ: ପୁଣେରେ ଅବସ୍ଥିତ ମର୍ସିଡିଜ୍ ବେଞ୍ଜ୍ କାରଖାନାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା । ଏକ ଚିତାବାଘ କାରଖାନା ଭିତରେ ଘୁରି ବୁଲୁଥିଲା, ଯେଉଁଥିପାଇଁ କାରଖାନାକୁ ଆଂଶିକ ଭାବେ ଖାଲି କରାଯାଇଥିଲା ଏବଂ ପ୍ରାୟ ୬ ଘଣ୍ଟା ଧରି କାମ ବନ୍ଦ କରାଯାଇଥିଲା। ଅନେକ ସମୟ ଧରି କଠିନ ପରିଶ୍ରମ ପରେ ଚିତାବାଘକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।
ଚାକନ ପ୍ଲାଣ୍ଟର କର୍ମଚାରୀ ବିଳାସପୂର୍ଣ୍ଣ କାର ନିର୍ମାଣ କାରଖାନା ପରିସରରେ ଏକ ବୟସ୍କ ଚିତାବାଘ ବୁଲୁଥିବାର ଦେଖି ଭୟଭୀତ ହୋଇ ଯାଇଥିଲେ। ଆଉ ସତର୍କ ପାଇଁ ସାଇରନ ବଜାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ମହାରାଷ୍ଟ୍ର ବନ ବିଭାଗର ଏକ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତଥାପି ଲୋକମାନେ ଚିତାବାଘ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।
Surprise visitor at @MercedesBenzInd car plant today
Forest dept officials are trying to rescue the Leopard. All employees told to go home, no production or dispatches today pic.twitter.com/PelLyiXSKA— Sirish Chandran (@SirishChandran) March 21, 2022
ଏହି ସମୟରେ ସତର୍କତା ଅବଲମ୍ବନ କରି ନିକଟସ୍ଥ କର୍ମଚାରୀଙ୍କୁ ସ୍ଥାନୀୟ ପୁଲିସର ପରାମର୍ଶ କ୍ରମେ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଚିତାବାଘକୁ ଧରିବାକୁ ଚାଲିଥିବା ୬ଘଣ୍ଟାର ଅପରେସନରେ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ।