ଧରାପଡ଼ିଲା ବାଳକକୁ ଆକ୍ରମଣ କରି ନୋଏଡ଼ାରେ ବୁଲୁଥିବା କଲରାପତ୍ରିଆ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ନୋଏଡ଼ା ଜନବସତି ଅଞ୍ଚଳରେ ବୁଲାବୁଲି କରୁଥିବା କଲରାପତ୍ରିଆବାଘକୁ ବନ ବିଭାଗ ରବିବାର ଦିନ ଧରିଛି। ଗ୍ରେଟର୍‌ ନୋଏଡ଼ା ଅନ୍ତର୍ଗତ ସାଦୁଲ୍ଲାପୁର ଗାଁରୁ ବନ କର୍ମଚାରୀମାନେ ବାଘଟିକୁ କାବୁ କରିଥିଲେ।

ପୂର୍ବାହ୍ନ ୧୦ଟା ବେଳେ ସେମାନେ କଲରାପତ୍ରିଆ ସଂକ୍ରାନ୍ତରେ ଫୋନ୍‌ ପାଇଥିଲେ ବୋଲି ଗୌତମ ବୁଦ୍ଧ ନଗର ଡିଏଫ୍‌ଓ ପ୍ରମୋଦ ଶ୍ରୀବାସ୍ତବ କହନ୍ତି।

ସେମାନେ ଘଟନାସ୍ଥଳକୁ ଯାଇ ପ୍ରାୟ ଏକ ଘଣ୍ଟା କାଳ କମ୍ବିଙ୍ଗ୍‌ ଅପରେସନ୍‌ ଚଳାଇବା ପରେ ଅପରାହ୍ଣ ୪: ୩୦ ମିନିଟ୍‌ ବେଳକୁ କଲରାପତ୍ରିଆକୁ କାବୁ କରିଥିଲେ।

ଶ୍ରୀବାସ୍ତବ କହନ୍ତି: ଆମେ ଘଟନାସ୍ଥଳରେ ପହଞ୍ଚିଲା ବେଳକୁ ଲୋକେ ଗଦା ହୋଇଯାଇଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ସହାୟତା ଲୋଡ଼ିଲୁ। ଓ୍ଵାଇଲ୍‌ଡ୍‌ଲାଇଫ୍‌ର ଏସ୍‌ଓଏସ୍‌କୁ ମଧ୍ୟ ଡକାଯାଇଥିଲା।

ଦୁଇ ଦିନ ତଳେ ସେ ଅଞ୍ଚଳରେ କଲରାପତ୍ରିଆ ବାଘକୁ ଲୋକେ ଦେଖିବା ପରେ ବାସିନ୍ଦାମାନଙ୍କ ମଧ୍ୟରେ ଭୟ ସଞ୍ଚରି ଯାଇଥିଲା। ରାସ୍ତାରେ ଯାଉଥିବା ଗୋଟାଏ ବାଳକକୁ କଲରାପତ୍ରିଆଟି ଆକ୍ରମଣ କରିଥିଲେ ବି ସାମାନ୍ୟ ଖଣ୍ଡିଆଖାବରା ହୋଇ ସେ ତା’ କବଳରୁ ଖସି ଆସିଥିଲା।

କଲରାପତ୍ରିଆଟିକୁ ସୁରଜପୁର ବନ୍ୟ ନର୍ସରୀକୁ ନିଆଯାଇଛି। ଜାନୁଆରି ୨୧ ତାରିଖ ଦିନ ତାକୁ ଶିବଲିକ ଜଙ୍ଗଲରେ ଛଡ଼ାଯିବ।

ସମ୍ବନ୍ଧିତ ଖବର