ମହୀଶୂର ସହରରେ ପଶିଗଲା ବାଘ

ମହୀଶୂର : କର୍ଣ୍ଣାଟକର ମହୀଶୂର ସହରର ଏକ ଆବାସିକ ଅଂଚଳରେ ଆଜି ଏକ କଲରାପତ୍ରିଆ ବାଘ ପଶିଆସିଥିଲା । ତାହାକୁ ଦେଶି ଲୋକମାନେ ଆତଙ୍କିତ ହେବା ପରେ ବନ ବିଭାଗ ପକ୍ଷରୁ ବାଘକୁ ଧରା ଯାଇଥିଲା । ଏ ନେଇ ଏକ ଭିଡିଓ ଭାଇରାଲ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମହୀଶୂରର କେକେ ନଗର ଅଂଚଳରେ ଏହି ବାଘ ପଶିଆସିବା ପରେ ଲୋକମାନେ ଆତଙ୍କିତ ହୋଇ ଏଣେ ତେ​ଣେ ଦୌଡ଼ିବାରେ ଲାଗିଥିଲେ । ଲୋକମାନଙ୍କୁ ଦେଖି ବାଘ ମଧ୍ୟ ଭୟରେ ଏଣେତେଣେ ଦୌଡ଼ିବାରେ ଲାଗିଥିଲା । ବାଘ ଦୌଡ଼ି ପଳାଇଯାଉଥିବାବେଳେ ଜଣେ ବାଇକ ଚାଳକ ସହ ଧକ୍କା ହୋଇଯାଇଥିଲେ । ବାଘ ବାଇକ ଚାଳକଙ୍କୁ ସାମାନ୍ୟ ଆକ୍ରମଣ କରିବା ପରେ ପଳାଇଯାଇଥିଲା । ଏହି ସମୟରେ ଜଣେ ଲୋକ ପଥର ଫିଙ୍ଗିବାରୁ ବାଘ ତାଙ୍କୁ ଗୋଡ଼ାଇଥିଲା ।

 

ଭାଇରାଲ ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଯେ ବାଘଟି ଏକ ଘରର ତାଜା ଉପରକୁ ଚଢିବାକୁ ଚେଷ୍ଟା କରୁଛି । ମାତ୍ର ଲେକମାନେ ହୋହାଲ୍ଲା କରିବା ପରେ ସେ ଓହ୍ଲାଇ ପଡ଼ୁଛି ଓ ଦୌଡ଼ିବାରେ ଲାଗୁଛି ।

ପରେ ଖବର ପାଇଁ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘରୁ ଧରିବାକୁ ଉଦ୍ୟମ କରିଥିଲେ ବି ବାଘ ଅନେକ ସମୟ ଧରି ନୟାନ୍ତ କରିଚାଲିଥିଲା । ପରେ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜର ପ୍ରୟୋଗ କରି ବାଘକୁ ଅଚେତ କରିବା ପରେ ଧରା ଯାଇଥିଲା ।

କର୍ଣ୍ଣାଟକ ହୁନସୁରର ଉପ ବନ ସଂରକ୍ଷକ ପିଏସ ସିମା କହିଛନ୍ତି ଯେ ବାଘଟି ଏକ ମାଈ ବାଘ ଓ ତାହାର ଓଜନ ୪୦ କିଲୋ ରହିଛି । ସ୍ବାସ୍ଥ୍ୟ ପରୀକ୍ଷା ପରେ ବାଘକୁ ନାଗାରାହୋଲେ ଜାତୀୟ ଉଦ୍ୟାନରେ ଛାଡ଼ିଦିଆଯାଇଥିଲା ।

 

ସମ୍ବନ୍ଧିତ ଖବର