ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ପାଉରୀ ଜିଲ୍ଲାର ସାପଲୋରୀ ଗ୍ରାମରେ ଜଣେ ମହିଳା ନିକଟରେ ଏକ ଚିତାବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଚିତାବାଘକୁ ବନ ବିଭାଗ ଧରି ଏକ ଯନ୍ତାରେ ରଖିଥିବା ବେଳେ ଗ୍ରାମବାସୀମାନେ ପ୍ରତିଶୋଧ ନେବାପାଇଁ ଚିତାବାଘକୁ ଜିଅନ୍ତା ଜାଳି ଦେଇଛନ୍ତି। ଏହି ଘଟଣାରେ ପୁଲିସ ୧୫୦ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ବିଭିନ୍ନ ଧାରାରେ ଗ୍ରାମପ୍ରଧାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଗଡ଼ୱାଲ ସର୍କଲର ବନ ସଂରକ୍ଷକ ନିତ୍ୟାନନ୍ଦ ପାଣ୍ଡେ କହିଛନ୍ତି। ପାଣ୍ଡେ କହିଛନ୍ତି, ଚିତାବାଘ ସାପଲୋରୀ ଗାଁର ୪୭ ବର୍ଷୀୟ ସୁଷମା ଦେବୀଙ୍କୁ ମାରି ଦେଇଥିଲା। ବାଘକୁ ଧରିବା ପାଇଁ ସେହି ଦିନ ଗାଁରେ ଏକ ଯନ୍ତା ସ୍ଥାପନ କରାଯାଇଥିଲା ଏବଂ ଏହାକୁ ଗତ ୨୦ ତାରିଖରେ କାବୁ କରାଯାଇଥିଲା।
ପ୍ରତିଶୋଧ ନେବାକୁ ଚିତାବାଘକୁ ଜିଅନ୍ତା ଜାଳିଦେଲେ, ୧୫୦ ଗ୍ରାମବାସୀ ଗିରଫ
/sambad/media/post_attachments/wp-content/uploads/2022/05/leopard-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)