ନାସିକ: ମହାରାଷ୍ଟ୍ରର ନାସିକ ସହରର ରାସ୍ତାରେ ଦୁଇଟି କଲରାପତ୍ରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଏହାର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ଖବର ମିଳିବା ପରେ ଗୋଟିଏ କଲରାପତରିଆ ବାଘକୁ ବନ ବିଭାଗ କର୍ମଚାରୀ ମାନେ ଧରିଥିବା ବେଳେ ଅନ୍ୟଟିକୁ ଖୋଜୁଛନ୍ତି । ସହରରେ ଚିତାବାଘ ବୁଲୁଥିବା ଦେଖିବା ପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

Advertisment

ଭାଇରାଲ ସିସିଟିଭି ଫୁଟେଜରେ କଏଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ଚିତାବାଘ ସାବନ୍ତ ନଗର ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟଟି ନାସିକ ସହରର ଗୋବିନ୍ଦ ନଗର ଅଞ୍ଚଳରେ ବୁଲୁଛି। କଲରାପତରିଆ ବାଘ ଘର ଭିତରକୁ ପଶି ବୁଲୁଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି।

ସିସିଟିଭି ଫୁଟେଜର ପ୍ରଥମ ଭିଡିଓରେ ଗୋଟିଏ କଲରାପତରିଆ ବାଘ ଘରୁ ବାହାରି ରାସ୍ତା ପାର ହେଉଥିବା ବେଳେ ଅନ୍ୟଟି ଖାଲି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ଉଭୟ ପାର୍ଶ୍ୱରେ ଥିବା ଘରର କବାଟ ମଧ୍ୟ ଖୋଲା ରହିଥିଲା। ଅନ୍ୟ ଏକ ଭିଡିଓରେ ଏକ କଲରାପତରିଆ ବାଘ ଭୟରେ କାର୍ ପଛରେ ଲୁଚି ରହିଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଲୋକେ ଚିତ୍କାର କରିବା ପରେ ଗୋଟିଏ ବାଘ ନିର୍ମାଣାଧୀନ କୋଠା ଭିତରକୁ ପଶିଥିବା ଦେଖିବାକୁ ମିଳିଥିଲା।