ବେଙ୍ଗାଲୁରୁ: କୁହାଯାଏ ବରଗଛ ତଳେ କିଛି ଉଧାଏ ନାହିଁ। କିନ୍ତୁ ଗଛ ଉପରେ? ତାମିଲନାଡ଼ୁର ନାମାକାଲ ଜିଲ୍ଲା ଅନ୍ତର୍ଗତ ପେରପାଞ୍ଚୋଲାଇ ଗ୍ରାମରେ ଛାତ୍ରଛାତ୍ରୀମାନେ ଗଛ ଉପରକୁ ପାଠ ପଢ଼ିବାର ମାଧ୍ୟମ କରିଛନ୍ତି। ବରଗଛର ପ୍ରଲମ୍ବିତ ଶାଖାପ୍ରଶାଖା ସେମାନଙ୍କ କ୍ଲାସ୍ରୁମ୍ରେ ପରିଣତ ହୋଇଛି। କାରଣ ଏହି ଗ୍ରାମରେ ଅନ୍ଲାଇନ୍ ପାଠପଢ଼ା ପାଇଁ ସିଗ୍ନାଲ୍ ସମସ୍ୟା ବାଧକ ହେଉଥିବାରୁ ପିଲାମାନେ ଗଛ ଉପରେ ଚଢ଼ି ପାଠ ପଢ଼ୁଛନ୍ତି। ଜଣେ ୯ମ ଶ୍ରେଣୀ ଛାତ୍ରୀ କବିତା କହିଛନ୍ତି ଯେ, ଘର ଭିତରେ ସିଗ୍ନାଲ ଆସୁନାହିଁ।
ଗଛ ଉପରେ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଭଲ ସିଗ୍ନାଲ ଆସୁଥିବାରୁ ଅନ୍ଲାଇନ୍ କ୍ଲାସ୍ରେ ଉପସ୍ଥାନ ଓ ପାଠପଢ଼ା ପାଇଁ ବିପଦର ସମ୍ଭାବନା ଥିଲେ ବି ସେମାନେ ଗଛରେ ଚଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ଅଞ୍ଚଳର ପ୍ରାୟ ଅଧଡଜନ ଗାଁରେ ଏହି ସମସ୍ୟା ରହିଛି। ବିଏସ୍ଏନ୍ଏଲ୍ ପକ୍ଷରୁ ଏ ଅଞ୍ଚଳରେ ଅଧିକ ମୋବାଇଲ ଟାୱାର ନ ବସିଲେ ପିଲାମାନେ କେତେବେଳେ ଗଛରୁ ପଡ଼ି କ୍ଷତାକ୍ତ ହେବେ ତାହା କହିହେବ ନାହିଁ ବୋଲି କବିତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/study-on-tree.jpg)