ଶ୍ରୀନଗର: ଗୁରୁବାର ବିଳମ୍ବିତ ସଂଧ୍ୟାରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନିଜଣ ସ୍ଥାନୀୟ ବିଜେପି ନେତାଙ୍କ ଉପରକୁ ଗୁଳି କରି ଫେରାର୍ ହୋଇଯାଇଥିଲେ। ପ୍ରଥମେ ସେମାନଙ୍କ ପରିଚୟ ମିଳିନଥିବା ବେଳେ ଏବେ ସେମାନେ ଲସ୍କର-ଇ-ତୋଏବା ଆତଙ୍କବାଦୀ ଥିଲେ ବୋଲି ଜଣା ପଡ଼ିଛି। ଆଇଜିପି (କଶ୍ମୀର ରେଞ୍ଜ) ବିଜୟ କୁମାର ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ, କୁଲଗାମରେ ତିନିଜଣ ବିଜେପି କର୍ମୀଙ୍କ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ପଛରେ ଲସ୍କର-ଇ-ତୋଏବାର ହାତ ରହିଛି।
India Todayସୂଚନା ମୁତାବକ, ଗୁରୁବାର ବିଳମ୍ବିତ ସଂଧ୍ୟାରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନିଜଣ ସ୍ଥାନୀୟ ବିଜେପି ନେତାଙ୍କ ଉପରକୁ ଅଜଣା ଆତତାୟୀ ଗୁଳି କରି ଫେରାର୍ ହୋଇଯାଇଥିଲେ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନିଶ୍ଚିତ କରି କୁଲଗାମ ପୁଲିସ କହିଥିଲା ଯେ ମୃତକମାନେ ହେଲେ ଫିଦା ହୁସେନ୍ ୟାଟୁ, ଉମର ରାମଜାନ ହଜନ ଏବଂ ଉମର ରସିଦ ବେଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନିନ୍ଦା କରିବା ସହ ତିନି ଯୁବକର୍ମକର୍ତ୍ତାଙ୍କ ବିୟୋଗରେ ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-248.jpg)