ଉତ୍ତରପ୍ରଦେଶ ସହରରେ ହଫିଜ୍ ସଇଦ୍ଙ୍କ ମୁକ୍ତି ପାଳନ
ଲକ୍ଷ୍ମୀପୁର ଖେରି: ହଫିଜ୍ ସଇଦକୁ ପାକିସ୍ତାନ ମୁକ୍ତ କରିବା ପରେ ଲକ୍ଷ୍ମୀପୁର ସହରରେ ଗୋଟିଏ ସମ୍ପ୍ରଦାୟ ଲୋକେ ଉତ୍ସବ ପାଳିବାରୁ ପୁଲିସ ବଡ଼ ହଟହଟାରେ ପଡ଼ିଥିଲା। ହଫିଜ୍ ହେଉଛି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ ମାଇଣ୍ଡ ତଥା ଲକ୍ସ୍ର-ଏ-ତୈବାର ସହସଂସ୍ଥାପକ।
Sambad is now on WhatsApp
Join and get latest news updates delivered to you via WhatsApp
ଶିବପୁରୀ ଅନ୍ତର୍ଗତ ବେଗମ୍ ବାଗ୍ କଲୋନିର କେତେକ ଲୋକ ଶାଗୁଆ ପତାକାରେ ଘର ସଜାଇ ହାଫିଜ୍ ସଇଦ୍ ଜିନ୍ଦାବାଦ୍ ଏବଂ ପାକିସ୍ତାନ ଜିନ୍ଦାବାଦ ଆଦି ସ୍ଲୋଗାନ୍ ଦେଇଥିଲେ। ଏ କଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆକାଶଦୀପଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତାଙ୍କ ନିର୍ଦେଶରେ କଲୋନିକୁ ପୁଲିସ ଫୋର୍ସ ପଶିଥିଲେ।
ଦକ୍ଷିଣପନ୍ଥୀ ଦଳର ସଦସ୍ୟମାନେ ସେଠାରେ ରୁଣ୍ଡ ହେବାରୁ ଅଧିକାରୀ ଏବଂ ପ୍ରଶାସନ ସେଠାରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।
ବେଗମ୍ ବାଗ୍ ଠାରେ ୨୦/୨୫ ଜଣ ଯୁବକ ହଫିଜ୍ ସଇଦ୍ର ମୁକ୍ତି ଉତ୍ସବ ପାଳନ କରୁଥିଲେ। ପୁଲିସ ସେଠାରୁ ପତାକା ସବୁ ଖୋଲି ଆଣିଥିଲେ। ଏ ଘଟଣା ତଦନ୍ତ କରାଯିବ ବୋଲି ଦକ୍ଷିଣପନ୍ଥୀ ଦଳର ସଦସ୍ୟମାନଙ୍କୁ କୋଟ୍ଓ୍ଵାଲ୍ ପୁଲିସ ପ୍ରତିଶ୍ରୁତି ଦେଇଥିଲା।
ଲକ୍ଷ୍ମୀପୁରର ଜଣେ ଇମାମ କହନ୍ତି ଯେ ଶାଗୁଆର ପତାକାର ସଇଦଙ୍କ ମୁକ୍ତି ସହ କୌଣସି ସମ୍ପର୍କ ନାହିଁ। କେତେକ ଲୋକ ଜୁଲୁସ୍-ଏ-ମହମ୍ମଦି ପାଳନ କରୁଥିବାରୁ ଶାଗୁଆ ପତାକା ଉଡ଼ାଇ ଥିବେ।