ବାୟୁ ପ୍ରଦୂଷଣ ପାଇଁ ‘ଚିନ୍ତିତ ବ୍ୟକ୍ତିଙ୍କ’ ପ୍ରତି ସଦ୍‌ଗୁରୁଙ୍କ ବାର୍ତ୍ତା: ପିଲାଏ ବାଣ ଫୁଟାନ୍ତୁ

ନୂଆଦିଲ୍ଲୀ: ଆତସବାଜି ବା ବାଣ ଫୁଟାଇବା ପ୍ରସଙ୍ଗକୁ କେନ୍ଦ୍ର କରି ଦେଶରେ ବିତର୍କ ଚାଲିଥିବା ବେଳେ ଅଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜଗ୍ଗି ବାସୁଦେବ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଚିନ୍ତକୁଳ ହୋଇ ପିଲାମାନଙ୍କୁ ବାଣଫୁଟା ଆନନ୍ଦ ଉପଭୋଗରୁ ବଞ୍ଚିତ କରିବା ଗୋଟାଏ କାରଣ ନୁହେଁ।

ଦେଶରେ ଆତସବାଜି ନିଷେଧକୁ ସମର୍ଥନ କରୁଥିବା ଲୋକମାନଙ୍କ ସହ ଆଳାପ କରି ସଦ୍‌ଗୁରୁ ଆହୁରି ମଧ୍ୟ କହିଛନ୍ତି, ପିଲାଙ୍କ ପାଇଁ ତ୍ୟାଗ ସ୍ୱୀକାର କରି ଆପଣ ୩ ଦିନ ପାଇଁ ଚାଲି ଚାଲି ଅଫିସ୍‌କୁ ଯାଆନ୍ତୁ ପଛେ ସେମାନେ ବାଣ ଫୁଟାଇ ମଉଜ କରନ୍ତୁ।

Image Courtesy of NDTV

ଟୁଇଟର୍‌ରେ ପୋଷ୍ଟ୍‍ ହୋଇଥିବା ଭିଡିଓରେ ସଦ୍‌ଗୁରୁ କହିଛନ୍ତି, ବେଶ୍‌ କିଛି ବର୍ଷ ହେବ ମୁଁ ବାଣ ଫୁଟାଇ ନାହିଁ। କିନ୍ତୁ, ପିଲାବେଳେ ବାଣଫୁଟାରେ କି ଆନନ୍ଦ ଥିଲା… ସେପ୍ଟେମ୍ବର ମାସରୁ ଆରମ୍ଭ କରି ଦୀପାବଳି ଶେଷ ହେବାର ମାସେ ଦୁଇମାସ ପର୍ଯ୍ୟନ୍ତ ଆମେ ଆତସବାଜି କଥା ଭାବୁଥିଲୁ। ଆଉ କିଛି ବାଣ ରଖି ସେଗୁଡ଼ିକୁ ଦୈନିକ ଫୁଟାଉଥିଲୁ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆତସବାଜି ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କରିବା ପାଇଁ କାଲ୍‌କାଟା ହାଇକୋର୍ଟ ଦେଇଥିବା ଆଦେଶକୁ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଉତ୍ତମ କିଂବା ମଧ୍ୟମ ଧରଣର ବାୟୁ ମାନ ଥିବା ଅଞ୍ଚଳରେ କ୍ଷତିକାରକ ରାସାୟନିକ ପଦାର୍ଥ ନ ଥିବା ବାଣ (ଗ୍ରିନ୍‌ କ୍ରାକର୍‌) ଫୁଟାଯାଇ ପାରିବ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର