“…ସାରା ଦେଶରେ ନିଆଁ ଜଳିବ” କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ଆତଙ୍କବାଦୀ ସଂଗଠନ ନାଁରେ ଆସିଲା ଧମକପୂର୍ଣ୍ଣ ପତ୍ର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଠାକୁରଙ୍କୁ ଚିଠି ମାଧ୍ୟମରେ ଧମକ ଦିଆଯାଇଛି। ପଶ୍ଚିମବଙ୍ଗରେ ଏନଆରସି ଓ ସିଏଏ ଲାଗୁ ହେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ପକ୍ଷରୁ ଏହି ଚିଠି ପଠାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠିରେ କୁହାଯାଇଛି, ଯଦି ପଶ୍ଚିମବଙ୍ଗରେ ଏନଆରସି ହୁଏ ଏବଂ ମୁସଲମାନଙ୍କ ଉପରେ ଅତ୍ୟାଚାର କରାଯାଏ, ତେବେ ବଙ୍ଗଳା ଓ ସମଗ୍ର ଭାରତରେ ନିଆଁ ଜଳିବ। ଆପଣଙ୍କ ଠାକୁରବାରି ମଧ୍ୟ ଜଳିଯିବ। ତାଙ୍କୁ କେହି ବଞ୍ଚାଇ ପାରିବେ ନାହିଁ। ଆପଣ ଲସ୍କର-ଏ-ତୋଇବାର ନାମ ଶୁଣିଛନ୍ତି କି? ଆମେ ଲସ୍କରର ସଦସ୍ୟ, ହାଫିଜ ସୟିଦଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗରେ ଏନଆରସି ଲାଗୁ ହେବା ମାତ୍ରେ ଆମେ ଆମର କାମ ଆରମ୍ଭ କରିବୁ।

ଶାନ୍ତନୁ ଠାକୁର ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରୁ ବିଜୟୀ ହୋଇ ସଂସଦ ଭବନରେ ପହଞ୍ଚିଥିଲେ । ଜୁଲାଇ ୨୦୨୧ରେ କ୍ୟାବିନେଟ ଅଦଳବଦଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ତାଙ୍କୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା।

ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ କରିଥିଲେ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବିରୋଧ କରୁଛନ୍ତି ।

 

ସମ୍ବନ୍ଧିତ ଖବର