କଶ୍ମୀରରେ ଲସ୍କର-ଇ-ତୋଇବାର ଗୋପନ ଆଡ୍ଡା ଠାବ, କୁଖ୍ୟାତ ଆତଙ୍କବାଦୀ ଜହୁର ସହ ୪ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଘାଟିରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଗୋପନ ଆଡ୍ଡାକୁ ଠାବ କରାଯାଇଛି । ଏଥିରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବାତ ହେବା ସହ ୪ ଆତଙ୍କବାଦୀ ଗିରଫ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ କଶ୍ମୀରର ବଡଗାମ ଠାରେ ଏହି ଗୋପନ ଆଡ୍ଡା ଉପରେ ଜମ୍ମୁ ଓ କଶ୍ମୀର ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମିଳିତଭାବେ ଚଢଉ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛି ଲସ୍କରର ଜଣେ ସକ୍ରିୟ ସଦସ୍ୟ ତଥା ଆତଙ୍କବାଦୀ ଜହୁର ଓ୍ୱାନି । ସେ କଶ୍ମୀରରେ ରହିଛି ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ସବୁପ୍ରକାରର ସ୍ଥାନୀୟ ସହାୟତା ଯୋଗାଉଥିଲା । ଏହା ସହିତସେ ଭାରତୀୟ ସେନାର ଗତିବିଧି ସଂପର୍କରେ ମଧ୍ୟ ଆଇଏସଆଇକୁ ସୂଚନା ଦେଉଥିଲା । ତାର ୪ ଜଣ ସହଯୋଗୀମାନେ ମଧ୍ୟ ଆତଙ୍କବାଦୀମାଙ୍କୁ ସହାୟତା ଯୋଗାଉଥିଲେ । ସେମାନେ କଶ୍ମୀରର ବଡଗାମ ଅଞ୍ଚଳର ବୋଲି ଜଣାପଡ଼ିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ଅନ୍ୟପକ୍ଷରେ ଜହୁର ଲସ୍କର-ଇ-ତୋଇବାର ବରିଷ୍ଠ କମାଣ୍ଡରୟୁସୁଫ କାଣ୍ଟରୁର ବିଶ୍ୱସ୍ତ ସହଯୋଗୀ ଥିବା ପୁଲିସ ଜାଣିପାରିଛି । କାଣ୍ଟରୁ ଜମ୍ମୁ ଓ କଶ୍ମୀରର ବାରାମୁଲା ଓ ବଡଗାମ ଅଞ୍ଚଳରେ ସକ୍ରିୟ ରହିଛି । ତେବେ ଜହୁର ଧରାପଡ଼ିବା ପରେ ତାକୁ ଧରିବା ଆଶା ଉଜ୍ଜଳ ହୋଇଛି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର