ଅନାଥ, ଆଶ୍ରୟହୀନଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆସୁ

ନୂଆଦିଲ୍ଲୀ : ଦେଶରେ ଅନାଥ,ପରିତ୍ୟକ୍ତ ତଥା ଆଶ୍ରୟହୀନଙ୍କୁ ଅତ୍ୟାଚାର ଓ ଶୋଷଣରୁ ରକ୍ଷା କରିବା ନିମନ୍ତେ କେନ୍ଦ୍ରସରକାର ଏକ ସ୍ବତନ୍ତ୍ର ଆଇନ ଆଣନ୍ତୁ। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି କରିଛନ୍ତି।

ସାଂସଦ ଶ୍ରୀ ଆଚାର୍ଯ୍ୟ ଶୂନ୍ୟକାଳରେ ଦେଶରେ ଅନାଥ ଓ ପରିତ୍ୟକ୍ତଙ୍କ ଦୁଃଖଦୁର୍ଦ୍ଦଶାକୁ ରାଜ୍ୟସଭାର ଶୂନ୍ୟକାଳରେ ଉପସ୍ଥାପନ କରିବା ସହିତ ସେମାନଙ୍କର ପରିଭାଷାକୁ ସ୍ପଷ୍ଟ କରିବା ପାଇଁ ଦେଶରେ କୌଣସି ଆଇନ ନଥିବା କହିଥିଲେ। ଏଥିସହିତ, ଆବାସହୀନ ଅନାଥଙ୍କ ପାଇଁ କଲ୍ୟାଣକାରୀ ପାଣ୍ଠି ସ୍ଥାପନ କରାଯିବାକୁ ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର