‘ବିଜେପିକୁ ହରାଅ’ ସ୍ଲୋଗାନ ସହ ୟୁପି ଭୋଟରଙ୍କ ପାଖକୁ ଯିବୁ: ଟିକାୟତ

ନୂଆଦିଲ୍ଲୀ: ବିକେୟୁ (ଭାରତୀୟ କିଷାନ ସଂଗଠନ) ନେତା ରାକେଶ ଟିକା‌ୟତ ଏମ୍‌ଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗରେ ଆଜି ମୋଦୀ ସରକାରଙ୍କୁ ପୁଣିଥରେ ଧମକାଇଛନ୍ତି। ଟିକାୟତ କହିଛନ୍ତି, ଏମଏସପି ସବୁବେଳେ ଆମର ଦାବି ପରିସରଭୁକ୍ତ ଥିଲା। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟିକାୟତ କହିଛନ୍ତି, ଏମ୍‌ଏସପି କୃଷକମାନଙ୍କୁ ସହଯୋଗ କରିବ। ୧୧ ରାଉଣ୍ଡ୍‌ କଥାବାର୍ତ୍ତାରେ ପ୍ରତିଥର ଆମେ ଏମ୍‌ଏସପି ସଂକ୍ରାନ୍ତରେ ଆଲୋଚନା କରିଛୁ। ସ୍ବାମୀନାଥନ କମିସନର ସୁପାରିସକୁ ସରକାର କାର୍ଯ୍ୟକାରୀ କରିବା ଉଚିତ ବୋଲି ଟିକାୟତ କହିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସରକାର ଏମ୍‌ଏସପି ପ୍ରସଙ୍ଗର ସମାଧାନ କରନ୍ତୁ ନଚେତ ଆମେ ଉତ୍ତରପ୍ରଦେଶ ଭୋଟରଙ୍କ ନିକଟକୁ ଯାଇ ‘ବିଜେପିକୁ ହରାଅ’ ସ୍ଲୋଗାନ ଦେବୁ। ଟିକାୟତ କହିଛନ୍ତି, ବି‌କେୟୁ ସମର୍ଥକମାନେ ଦିଲ୍ଲୀ ସୀମା ସ୍ଥିତ ଆନ୍ଦୋଳନ ସ୍ଥଳ ଖାଲି କରିବାର କୌଣସି ଯୋଜନା କରିନାହାନ୍ତି। ଟିକା‌ୟତ କହିଛନ୍ତି, ଆଗାମୀ ନିର୍ବାଚନରେ ବିଜେପିକୁ ଗାଁ ମାନଙ୍କରେ ବର୍ଜନ କରାଯିବ। ସେମାନେ ନିର୍ବାଚନ ସମୟରେ ପ୍ରଚାର କରିପାରିବେନି। ପଶ୍ଚିମ ଉତ୍ତରପ୍ରଦେଶରେ ଏହା ଆରମ୍ଭ ହୋଇସାରିଛି।

ସମ୍ବନ୍ଧିତ ଖବର