ଥିରୁଅନନ୍ତପୁରମ୍ : ଆର୍ଏସ୍ଏସ୍ ନେତାଙ୍କ ନାମରେ କୌଣସି ସଂସ୍ଥାର ନାମକରଣ ନ କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେରଳର ‘ରାଜୀବ ଗାନ୍ଧି ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି’ (ଆର୍ଜିସିବି)କୁ ଆର୍ଏସ୍ଏସ୍ ନେତା ଏମ୍.ଏସ୍. ଗୋଲ୍ୱାଲ୍କରଙ୍କ ନାମରେ ନ କରିବାକୁ ମୁଖ୍ୟମନ୍ତ୍ରୀ ବିଜୟନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ଆର୍ଜିସିବିର ନାମ ପରିବର୍ତ୍ତନ କରି ‘ଶ୍ରୀ ଗୁରୁଜୀ ମାଧବ ସଦାଶିବ ଗୋଲ୍ୱାଲକର ନ୍ୟାସ୍ନାଲ ସେଣ୍ଟର ଫର୍ କମ୍ପ୍ଲେକ୍ସ ଡିଜିଜ୍ ଇନ୍ କ୍ୟାନ୍ସର ଆଣ୍ଡ ଭାଇରାଲ୍ ଇନ୍ଫେକ୍ସନ’ ନାମରେ କରିବାକୁ ଗତ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଥିଲେ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ବିରୋଧ କରିବା ସହ ଆର୍ଜିସିବିର ନାମ ପରିବର୍ତ୍ତନ ନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
କେନ୍ଦ୍ରକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଆର୍ଏସ୍ଏସ ନେତାଙ୍କ ନାମରେ କୌଣସି ସଂସ୍ଥା ନାମିତ କରନାହିଁ
/sambad/media/post_attachments/wp-content/uploads/2020/12/pinarayi_vijayan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)