ଦିଲ୍ଲୀ ଉପରାଜ୍ୟପାଳଙ୍କ ବଡ କାର୍ଯ୍ୟାନୁଷ୍ଠାନ : ଆଇଏଏସ ଅଫିସରଙ୍କ ସହ ୧୧ ଜଣଙ୍କୁ ନିଲମ୍ବନ କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଅବକାରୀ ନୀତି ଲାଗୁକୁ ନେଇ ହୋଇଥିବା ଅନିୟମିତତା ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏ ସଂକ୍ରାନ୍ତରେ ଭିଜିଲାନ୍ସ ରିପୋର୍ଟ ଆସିବା ପରେ ସେ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ଅବକାରୀ କମିଶନର ଆରବ ଗୋପୀ କୃଷ୍ଣ, ତତ୍କାଳୀନ ଅବକାରୀ କମିଶନର ଡାନିକ୍ସ କ୍ୟାଡର ଅଫିସର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଅବକାରୀ ନୀତି ବା ଏକ୍ସାଇଜ ପଲିସି ଲାଗୁ କରିବାରେ ହୋଇଥିବା ଦୁର୍ନୀତିକୁ ନେଇ ଏହି ପଦକ୍ଷେପ ନିଆଯାଇଛି।

ଅଧିକାରୀଙ୍କ ବିରୋଧରେ ନିଲମ୍ବନ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ| ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଅବକାରୀ ନୀତି ଲାଗୁ କରିବାରେ ଗୁରୁତର ତ୍ରୁଟିକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଏହି ନିଷ୍ପତ୍ତି ନେଇଛନ୍ତି | ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଥିଲେ ଯେ ପୂର୍ବତନ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିଷ୍ପତ୍ତି ଯୋଗୁ  ଦିଲ୍ଲୀ ସରକାର ନୂତନ ଏକ୍ସାଇଜ୍ ପଲିସି ୨୦୨୧-୨୨ ଯୋଗୁଁ ପ୍ରାୟ ୧ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିସୋଦିଆ କହିଥିଲେ ଯେ ଆମେ ବର୍ତ୍ତମାନ ଏ ମାମଲାରେ ସମସ୍ତ ତଥ୍ୟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ପଠାଇ ଦେଇଛୁ ଏବଂ ସିବିଆଇ ତଦନ୍ତ ଦାବି କରୁଛୁ। ସିସୋଦିଆଙ୍କ ଅଭିଯୋଗ ପରେ ଶନିବାର ଦିନ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ଉପରାଜ୍ୟପାଳ ଭି.କେ. ସାକ୍ସେନା ଦିଲ୍ଲୀର ତତ୍କାଳୀନ ଅବକାରୀ କମିଶନର, ଆଇଏଏସ୍ ଅଧିକାରୀ ଆରବ ଗୋପୀ କୃଷ୍ଣ ଏବଂ ଡେପୁଟି ଏକ୍ସାଇଜ୍ କମିଶନର ଆନନ୍ଦ କୁମାର ତିୱାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର