ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ: ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର: ସୈନିକ ସ୍କୁଲରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନୂଆ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ବଡ଼ ବୟାନ ଦେଇଛନ୍ତି । ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ । ଭାରତ ପରମାଣୁ ସଂପନ୍ନ ରାଷ୍ଟ୍ର ଏବଂ ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା । ଏବେ ବିଶ୍ୱରେ ଯୁଦ୍ଧକୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି।

ପଡୋଶୀ ରାଷ୍ଟ୍ର ଚୀନ ନିଜ ସେନାକୁ ଆଧୁନୀକକରଣ କରିବା ସହ ପାକିସ୍ତାନ ସେନାକୁ ମଧ୍ୟ ଆଧୁନୀକକରଣ କରିବାରେ ସହଯୋଗ କରୁଛି । ହେଲେ ପଡୋଶୀ ରାଷ୍ଟ୍ର ଠାରୁ ଭାରତୀୟ ସେନା ଅଧିକ ଆଧୁନିକ । ଭାରତୀୟ ଯବାନ ଯେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ସବୁ ବ୍ୟବହାର କରୁଛନ୍ତି ତାହା ବେଶ ଶକ୍ତିଶାଳୀ । ଏହାଛଡା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ବୋଲି ନୂଆ ସେନା ଉପମୁଖ୍ୟ କହିଛନ୍ତି । ସେହିପରି ଅଧିକ ମାତ୍ରାରେ ଓଡ଼ିଆ ଯୁବକଯୁବତୀ ସେନାରେ ସାମିଲ ହେବାକୁ ଚଣ୍ଡୀ ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି । ଦେଶ ଓ ରାଜ୍ୟ ପାଇଁ ଗର୍ବିତ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର