ନୂଆଦିଲ୍ଲୀ: ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକ୍ସେନା ମଙ୍ଗଳବାର ମୁଖ୍ୟ ସଚିବଙ୍କୁ ଏକ ନିର୍ଦ୍ଦେଶ ଦେଇ ରାଜ୍ୟର ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କହିବା ପରେ ଏ ନେଇ ଆପ୍‌ ତା’ର ପ୍ରତିକ୍ରିୟା ରଖିଛି। ଦଳ ପକ୍ଷରୁ କୁହାଯାଇଛି କି ନିର୍ଦ୍ଦେଶ ଦେବାର କ୍ଷମତା ଉପରାଜ୍ୟପାଳଙ୍କ ନିକଟରେ ନାହିଁ।

Advertisment

ଏ ସାମ୍ବାଦିକ ସମ୍ମିଳନୀରେ ଆପ୍‌ର ମୁଖ୍ୟ ମୁଖପାତ୍ର ସେରଭ ଭରଦ୍ବାଜ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଏକ ନୂଆ ପ୍ରେମ ପତ୍ର ବୋଲି କହି ଥଟ୍ଟା କରିଛନ୍ତି। ଆମେ ଏକ ଜାତୀୟ ଦଳ ବୋଲି ବିଜେପି ସ୍ବୀକାର କରିସାରିଛି। ଉପରାଜ୍ୟପାଳ ସାହେବ ବିଜେପି ଅନୁସାରେ ହିଁ ନିର୍ଦ୍ଦେଶ ଦେଉଛନ୍ତି। ଯାହାକି ଦିଲ୍ଲୀର ଲୋକଙ୍କୁ ଅସୁବିଧାରେ ପକାଉଛି ବୋଲି ଭରଦ୍ବାଜ କହିଛନ୍ତି।

ଦିଲ୍ଲୀ ସରକାରଙ୍କୁ ଲାଗିଛି ବଡ଼ ଝଟ୍‌କା। ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକ୍ସେନା ମଙ୍ଗଳବାର ମୁଖ୍ୟ ସଚିବଙ୍କୁ ଏକ ନିର୍ଦ୍ଦେଶ ଦେଇ ରାଜ୍ୟର ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କହିଛନ୍ତି। ଆପ୍‌ର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସରକାରୀ ବିଜ୍ଞାପନ ଭାବେ ଦର୍ଶାଇ ୯୭ କୋଟି ଟଙ୍କା ରାଜନୈନିତ ବିଜ୍ଞାପନରେ ଖର୍ଚ୍ଚ କରିଥିବା ଦାବି କରି ଭିକେ ସକ୍ସେନା ଏହି ନିର୍ଦ୍ଦେଶ ଦେଇଛନ୍ତି।