ରାଜପଥ ନିର୍ମାଣ ପାଇଁ ଏଲଆଇସି ଦେଵ ଋଣ !

ନୂଆଦିଲ୍ଲୀ: ରାଜପଥ ନିର୍ମାଣ ପାଇଁ ଏଣିକି ଏଲଆଇସି ବା ଭାରତୀୟ ଜୀବନ ବୀମା ନିଗମ ଋଣ ଦେବ | କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଏ ବିବାଦରେ ସୂଚନା ଦେଇଛନ୍ତି | ଗଡ଼କରୀ କହିଛନ୍ତି ଯେ ୨୦୨୪ ମସିହା ସୁଦ୍ଧା ଏଲଆଇସି ସରକାରଙ୍କୁ ୧.୨୫ ଲକ୍ଷ କୋଟି ଟଙ୍କାର ଋଣ ଦେବାର ପ୍ରସ୍ତାବ ରଖିଛି | ଗଡ଼କରୀ କହିଛନ୍ତି ଯେ ରାଜପଥ ନିର୍ମାଣ ପାଇଁ ପୁଞ୍ଜି ବଜାରରୁ ଧନ ସଂଗ୍ରହ କରିବାକୁ ସରକାର ଯୋଜନା ରଖିଛନ୍ତି | ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ସମୟରେ କହିଥିଲେ ଯେ ଆଗାମୀ ପାଞ୍ଚ ବର୍ଷରେ ଦେଶର ଗମନଗମନ ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ |

ତେବେ ଏତେ ଟଙ୍କା ଯୋଗାଡ କରିବା ସେତେ ସହଜ ନୁହେଁ | ନିତିନ ଗଡ଼କରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏଲଆଇସି ପ୍ରତିବର୍ଷ ୨୫ ହଜାର କୋଟି ଟଙ୍କାର ଋଣ ଦେବ | ଏଲଆଇସିର ଅଧ୍ୟକ୍ଷ ଆର କୁମାର ଗତ ସପ୍ତାହରେ ନିତିନ ଗଡକାରୀଙ୍କୁ ଭେଟି ପ୍ରତିବର୍ଷ ୨୫ ହଜାର କୋଟି ଟଙ୍କା ହିସାବରେ ୫ ବର୍ଷରେ ୧.୨୫ ଲକ୍ଷ କୋଟି ଟଙ୍କା ଋଣ ଦେବାକୁ ପ୍ରସ୍ତାବ ରଖିଛି |

ଏଠାରେ ସୂଚନା ଥାଉ କି ସଡ଼କ ଭିତ୍ତିଭୂମି ବିକଶିତ କରିବା ଲାଗି ସାଧାରଣ ଲୋକ ଓ ‌ଛୋଟ ନିବେଶକମାନଙ୍କ ଠାରୁ ପାଣ୍ଠି ଯୋଗାଡ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏଭଳି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି। ‘ବଣ୍ଡ୍‌’ ଜାରି କରି ଲୋକଙ୍କଠାରୁ ଟଙ୍କା ଯୋଗାଡ଼ କରାଯିବ। ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏହି ବଣ୍ଡ୍‌ ଜାରି କରିବ। ସାଧାରଣ ଲୋକ ଓ ଛୋଟ ନିବେଶକମାନଙ୍କ ପାଇଁ ଏହାକୁ ଆକର୍ଷଣୀୟ କରାଯିବ। ଏହା ଉପରେ ବ୍ୟାଙ୍କ ଠାରୁ ଅଧିକ ସୁଧ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର