ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଉଭୟ ଦେଶ ତିନି ଦିନ ଧରି କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଆଗାମୀ ଦିନରେ ଯଦି ଏପରି ପରିସ୍ଥିତି ଲାଗି ରୁହେ ତେବେ ଯୁଦ୍ଧ ପାଇଁ ଆଞ୍ଚଳିକ ସେନାକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ମଧ୍ୟ ଏହି ଆଞ୍ଚଳିକ ସେନାର ଜଣେ ସଦସ୍ୟ ଅଟନ୍ତି। ଏହି ସେନାରେ ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନଜନକ ଉପାଧି ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ ଏମ୍ ଏସ୍ ଧୋନିଙ୍କୁ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡିବ।
ଭାରତକୁ ତିନୋଟି ଆଇସିସି ଟାଇଟଲ ଜିତାଇଥିବା ଅଧିନାୟକ ଏମଏସ ଧୋନି ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସମ୍ପ୍ରତି ଧୋନିଙ୍କୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳି୍ଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଇପିଏଲକୁ ସ୍ଥଗିତ ରଖାଯାଇଛି। ଏପରି ପରିସ୍ଥିତିରେ ସମସ୍ତ ଖେଳାଳି ଧୀରେ ଧୀରେ ନିଜ ଘରକୁ ଫେରି ଯାଉଛନ୍ତି।
ଯୁଦ୍ଧ ଭଳି ପରିସ୍ଥିତିକୁ ଦେଖି ଭାରତ ସରକାର ମଧ୍ୟ ଏହି ସମ୍ପୂର୍ଣ୍ଣ ମାମଲାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିବା ସହିତ ଭାରତୀୟ ଆଞ୍ଚଳିକ ସେନାକୁ ପ୍ରସ୍ତୁତ ରହିବାକୁ ସୂଚନା ଦେଇଛନ୍ତି।
ଯଦିଓ ଭାରତୀୟ ଆଞ୍ଚଳିକ ସେନା ସିଧାସଳଖ ମୋର୍ଚ୍ଚା ଗ୍ରହଣ କରେ ନାହିଁ, କିନ୍ତୁ ଯେତେବେଳେ ଯୁଦ୍ଧ ସମୟ ଆସେ, ଏହାକୁ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଇଥାଏ। ଏହା ଭାରତୀୟ ସେନାର ଏକ ଅଂଶ ଓ ସ୍ୱେଚ୍ଛାସେବୀ ସଂଗଠନ।
ଠିକ୍ ସମୟରେ ଉପଯୋଗୀ ପାଇଁ ସେନା ପକ୍ଷରୁ ଆଞ୍ଚଳିକ ସେନାକୁ ତାଲିମ ଦିଆଯାଇଥାଏ । ସଙ୍କଟ ସମୟରେ ଆଭ୍ୟନ୍ତରୀଣ ସୁରକ୍ଷା ଯୋଗାଇବା ହେଉଛି ଏହି ସେନାର କାମ । ଆଞ୍ଚଳିକ ସେନାର ସଦସ୍ୟମାନଙ୍କୁ ଆବଶ୍ୟକ ପଡ଼ିଲେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିଥାଏ।