ହଜ୍‌ଖାସ୍‌ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ମୁଖ୍ୟଅତିଥି ହେବେ ଉପରାଜ୍ୟପାଳ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ଶ୍ରୀ ନୀଳାଚଳ ସେବା ସଂଘ (ହଜ୍‌ଖାସ୍‌ ଜଗନ୍ନାଥ ମନ୍ଦିର) ପକ୍ଷରୁ ହେବାକୁ ଥିବା ରଥଯାତ୍ରାରେ ମୁଖ୍ୟଅତିଥି ଭାବେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଯୋଗଦେବେ। ଜୁଲାଇ ୧୪ରେ ହେବାକୁ ଥିବା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟଅତିଥି ବୈଜଲ ପହଣ୍ଡି ଓ ଛେରାପହଁରା ତଥା ରଥଟଣାରେ ଉପସ୍ଥିତ ରହିବେ। ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ମନ୍ଦିର ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ରଥଯାତ୍ରାରେ ପ୍ରାୟ ୫୦,୦୦୦ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର