୫୦ ବର୍ଷ ପରେ ଏମିତି ହେବ ଆମ ଜୀବନ !

ପାଣି ତଳେ ରାସ୍ତା, ଅନ୍ତରୀକ୍ଷରେ ହୋଟେଲ

ନୂଆଦିଲ୍ଲୀ: ଭବିଷ୍ୟତକୁ ହୁଏତ କେହି ବି ଦେଖି ନାହାନ୍ତି, କିନ୍ତୁ ୫୦ ବର୍ଷ ପରେ ଆମର ଜୀବନ କିଭଳି ହେବ ଏହାକୁ ନେଇ ଆକଳନ କରିଛି ସାମସଙ୍ଗ | ବ୍ରିଟେନରେ ସାମସଙ୍ଗ କେଏକ୍ସ ୫୦ ରିପୋର୍ଟରେ କୁହାଯାଇଛି ଯେ ୨୦୬୯ ସୁଦ୍ଧା ସାଧାରଣ ଜୀବନରେ ଏକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି | ପାଣି ଭିତରେ ହାଇୱେ ହେବା ସହ ମାଟି ତଳେ ବଡ ବଡ ଅଟ୍ଟାଳିକାର ନିର୍ମାଣ କରାଯିବ | ଯେଉଁ ସବୁ ଅଟ୍ଟାଳିକା ଭୂକମ୍ପ ନିରୋଧୀ ହେବା ସହ ବହୁ ଅଫିସର କାର୍ଯ୍ୟାଳୟ ମଧ୍ୟ ଏଠାରେ ରହିବ |

ସେହିପରି ସହରରେ ଲୋକମାନେ ଉଡ଼ନ୍ତା ଟ୍ୟାକ୍ସିରେ ଯିବା ଆସିବା କରିବେ | ଯେଉଁଦିନ ମନ ହେବ ଜଣେ ଚାହିଁଲେ ଅନ୍ତରୀକ୍ଷରେ ଥିବା ହୋଟେଲରେ ରହିବା ସହ କୌଣସି ଗ୍ରହର ଚାରିପଟେ ଆପଣ ବୁଲି ମଧ୍ୟ ପାରିବେ | ଅନ୍ତରୀକ୍ଷ ପର୍ଯ୍ୟଟନକୁ ଗୁରୁତ୍ୱ ଦେବାକୁ ପ୍ରୟାସ ଜୋରସୋରରେ କରାଯିବ |

ବର୍ତ୍ତମାନ ଟ୍ରାଫିକ ସମସ୍ୟା ଯୋଗୁଁ ରାସ୍ତାଘାଟରେ ଯିବା ଆସିବା କରିବା ପାଇଁ ଅଧିକ ସମୟ ଅପଚୟ ହେଉଛି | ଏଥିପାଇଁ ପାୱାର କପ୍ଟର ଶୈଳୀର ବ୍ୟବହାର କରାଯାଇ ଉଡ଼ନ୍ତା ଟ୍ୟାକ୍ସିର ବ୍ୟବହାରକୁ ଗୁରୁତ୍ୱ ଦିଆଯିବ | ପାଣି ତଳେ ବି ଜଣେ ଚାହିଁଲେ ଅନ୍ୟ ସ୍ଥାନକୁ ଯାଇପାରିବ | ସେହିପରି ଥ୍ରୀ ଡି ପ୍ରିଣ୍ଟିଂଗ ମାଧ୍ୟମରେ ଅଙ୍ଗ ପ୍ରତିରୋପଣ ସହ ଶରୀରରେ ଏଭଳି କିଛି ଚିପ ଲଗାଯିବ ଯାହାକି କିଛି ରୋଗ ହେଲେ ସତର୍କ କରାଇବ |

ସମ୍ବନ୍ଧିତ ଖବର