ଡେରାଡୁନ: ରୋମାଲ ୱାହିଜାଦା ଆଫଗାନିସ୍ତାନର ଜଲାଲାବାଦର ଜଣେ ଯୁବକ। ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେ ତାଲିବାନ ଆତଙ୍କବାଦୀଙ୍କ ଜଘନ୍ୟ କାଣ୍ଡକୁ ନିଜ ଆଖିରେ ଦେଖିଥିଲେ। ତାଲିବାନୀମାନେ ତାଙ୍କ ଆଖି ଆଗରେ ଏକ ଡଜନରୁ ଅଧିକ ଲୋକଙ୍କ ମୁଣ୍ଡକାଟ କରିଥିଲେ। ସେମାନଙ୍କ ମଧ୍ୟରେ ୱାହିଜାଦାଙ୍କ ନିକଟ ସମ୍ପର୍କୀୟ ମଧ୍ୟ ରହିଥିଲେ। ଏହା ତାଙ୍କୁ ସ୍ତବ୍ଧ କରିଦେଇଥିଲା। ଦୀର୍ଘଦିନ ପର୍ଯ୍ୟନ୍ତ ସେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ମଧ୍ୟ ବନ୍ଦ କରିଦେଇଥିଲେ। ମୁଣ୍ଡକାଟ ହୋଇଥିବା ନିରୀହ ବ୍ୟକ୍ତିମାନଙ୍କ ରକ୍ତ ଦେଖିବା ପରେ ସେ ଆଫ୍ଗାନିସ୍ତାନ ସେନାରେ ଯୋଗଦେବେ ବୋଲି ପ୍ରତିଜ୍ଞା କରିଥିଲେ। ସେ ତାଙ୍କ ବାପାମାଆଙ୍କର ଏକମାତ୍ର ସନ୍ତାନ। ଏଥିସହିତ ତାଙ୍କ ପରିବାର ଏକ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ହୋଇଥିବାରୁ ସେମାନେ ପୁଅର ଏଭଳି ନିଷ୍ପତ୍ତିକୁ ସମର୍ଥନ କରି ନଥିଲେ। କିନ୍ତୁ ସେ ତାଙ୍କ ପ୍ରତିଜ୍ଞାରେ ଅଟଳ ରହିଥିଲେ। ସେ କୁହନ୍ତି ମୁଣ୍ଡକାଟ ହୋଇଥିବା ବ୍ୟକ୍ତିଙ୍କ ପରିବାରର ମହିଳା ଓ ଶିଶୁମାନଙ୍କ କାନ୍ଦ ଏବେ ବି ତାଙ୍କୁ ଶୁଭୁଛି। ଏହା ହିଁ ମୋତେ ଆଫଗାନ ସେନାରେ ଯୋଗଦେଇ ତାଲିବାନ ବିରୋଧରେ ଲଢ଼େଇ କରିବା ପାଇଁ ଶକ୍ତି ଯୋଗାଇଛି ବୋଲି ସେ କହିଛନ୍ତି। ତାଙ୍କ ଭଳି ଅନ୍ୟ ଯୁବକମାନେ ଆଫଗାନ ସେନାରେ ଯୋଗଦେଲେ ତାଲିବାନର ଆତଙ୍କବାଦକୁ ନିପାତ କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି। ୧ ବର୍ଷରୁ ଅଧିକ ସମୟ ପାଇଁ ଅଷ୍ଟ୍ରେଲିଆ ସେନା ପାଇଁ ଅନୁବାଦକ ଭାବେ କାର୍ଯ୍ୟ କରିବା ପରେ ସେ ଏନଡିଏ ଏବଂ ପରେ ଆଇଏମଏ-ଡେରାଡୁନ୍ରେ ଯୋଗ ଦେଇ ସେଠାରୁ ଏବେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ୱାହିଜାଦା ନୁହଁନ୍ତି, ଆଉ ୪୮ ଜଣ ଆଫଗାନ କ୍ୟାଡେଟ୍ ମଧ୍ୟ ଆଇଏମଏରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏତଦବ୍ୟତୀତ ଭୂଟାନର ୧୫ ଜଣ, ମାଳଦୀପ ଓ ତାଜ୍ଜିସ୍ତାନର ୫ ଜଣ, ଶ୍ରୀଲଙ୍କା, ଭିଏତନାମ ଓ ନେପାଳର ୨ ଜଣ ଲେଖାଏଁ କ୍ୟାଡେଟ୍ ଆଇଏମ୍ଏରୁ ଉତ୍ତୀର୍ଣ୍ଣ ହୋଇ ଶନିବାର ଅନୁଷ୍ଠିତ ୧୪୩ତମ ପାସିଂ ଆଉଟ୍ ପରେଡରେ ଯୋଗଦେଇଥିଲେ।
ତାଲିବାନ୍ ବର୍ବରତା ଜୀବନ ବଦଳାଇଦେଲା
ଆଖି ଆଗରେ ମୁଣ୍ଡକାଟ୍ ଦେଖିଥିଲେ, ସେନାରେ ଯୋଗଦେଲେ
/sambad/media/post_attachments/wp-content/uploads/2018/12/Untitled-13-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)