ଶ୍ରୀନଗର: ସୀମାରେ ଫେରୁଛି ଶାନ୍ତି । ଭାରତ-ପାକିସ୍ତାନ ସୀମାରେ ଗତ କିଛି ଦିନ ଧରି ଯେଉଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ବ୍ରେକ୍ ଲାଗିଛି । ଆଉ ଜନଜୀବନ ପୁଣି ଥରେ ଗତିଶୀଳ ହୋଇଛି । ସବୁକିଛି ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଅଖ, ଚକ ସବୁ ବନ୍ଦ ଥିଲା । ମାତ୍ର ଅସ୍ତ୍ରବିରତି ପରେ ପୁଣି ଥରେ ସୀମାରେ ଧିରେଧିରେ ସ୍ବାଭାବିକ ପରିସ୍ଥିତି ଫେରିବାରେ ଲାଗିଛି । ଖୋଲିଛି ସ୍କୁଲ, ଖୋଲିଛି ଦୋକାନ ବଜାର...

Advertisment

ମେ’ ୧୦ ତାରିଖ ପୂର୍ବରୁ ପାକିସ୍ତାନ ପଟ ଗୁଳିମାଡ଼ରେ ଅସ୍ତବ୍ୟସ୍ତ ହୋଇପଡିଥିଲା ଜମ୍ମୁକାଶ୍ମୀର । ସୀମାବର୍ତ୍ତୀ ଅଞ୍ଚଳ ସବୁ ନାହିଁନଥିବା କ୍ଷତି ସହିଛନ୍ତି ଓ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଧନ ଜୀବନ ହାନି ସହ ଲୋକଙ୍କ ମୃତ୍ୟୁ ବି ହୋଇଛି । କିଛି ଦିନ ହେବ ଠପ ହୋଇପଡିଥିଲା ରାଜଧାନୀ ଶ୍ରୀନଗର ସମେତ ଅଧିକାଂଶ ସହର । ତେବେ ଯୁଦ୍ଧ ବିରାମ ପରେ ସଳଖ ହେଉଛି ସହର । କ୍ରମଶ ସ୍ବାଭାବିକ ହୋଇଛି ଜନଜବୀନ । ଲୋକମାନେ ଘରୁ ବାହାରୁଛନ୍ତି  ।

ପାକିସ୍ତାନର ଗୁଳିମାଡ କାରଣରୁ ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଲୋକମାନେ ଭୟଭୀତ ହେବା ସହ ବିଭିନ୍ନ ସହରକୁ ବ୍ଲାକଆଉଟ ରଖାଯାଉଥିଲା । ତେବେ ଯୁଦ୍ଧ ବିରାମ ପରେ ସ୍ବାଭାବିକ ହେଉଛି ସାଧାରଣ ଜୀବନ ।