କରୋନା ପାଇଁ ୨ବର୍ଷ ତଳକୁ ଖସିଆସିଛି ପ୍ରତ୍ୟାଶିତ ଜୀବନକାଳ: ଅଧ୍ୟୟନ

ନୂଆଦିଲ୍ଲୀ: କରୋନା ପାଇଁ ବଦଳିଛି ଜୀବନଶୈଳୀ। ୨୦୨୦ପୂର୍ବରୁ ଲୋକେ ଯେମିତି ଜୀବନ ବଞ୍ଚୁଥିଲେ ଏବେ ସେଥିରେ ବଡ଼ ପରିବର୍ତ୍ତନ ଆସିଛି। ଅନେକ କଟକଣା ଏବଂ ସତର୍କତା ସହ ଲୋକେ ଏବେ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି। କରୋନା ଭଳି ମହାମାରୀ ଅନେକ ଲୋକଙ୍କ ଜୀବନ ନେଇଥିବା ବେଳେ ଏହି ଭୂତାଣୁ ପାଇଁ ଲୋକଙ୍କ ପ୍ରତ୍ୟାଶିତ ଜୀବନକାଳ କମିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ପପୁଲେସନ୍ ଷ୍ଟଡିଜ୍ (ଆଇଆଇପିଏସ)ର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି। ୨୦୧୯ ରେ ପୁରୁଷଙ୍କ ପ୍ରତ୍ୟାଶିତ ଜୀବନକାଳ ୬୯.୫ ଏବଂ ମହିଳାଙ୍କର ୭୨ବର୍ଷ ଥିଲା, ଯାହା ୨୦୨୦ରେ ଯଥାକ୍ରମେ ୬୭.୫ ବର୍ଷ ଏବଂ ୬୯.୮ ବର୍ଷକୁ ଖସି ଆସିଛି। ଏହି ଅଧ୍ୟ୩ରୁ ଏହା ମଧ୍ୟ ଜଣାପଡ଼ିଛି ଯେ, କରୋନା ପାଇଁ ୩୯-୬୯ ବର୍ଷ ମଧ୍ୟରେ ଥିବା ପୁରୁଷଙ୍କ ଜୀବନ ହାନି ଘଟିଛି।

ଆଇପିଏସ୍ ନିର୍ଦ୍ଦେଶକ କେ.ଏସ୍ ଜେମ୍ସ କହିଛନ୍ତି, “ପ୍ରତ୍ୟେକ ଥର ଯେତେବେଳେ ଆମେ କିଛି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥାଉ, ସେତେବେ ମଣିଷର ଆୟୁଷ କମିଯାଏ। ଉଦାହରଣ ସ୍ୱରୂପ, ଆଫ୍ରିକୀୟ ଦେଶମାନଙ୍କରେ ଏଚ୍.ଆଇ.ଭି.-ଏଡସ୍ ମହାମାରୀ ପରେ ସେଠାରେ ପ୍ରତ୍ୟାଶିତ ଜୀବନକାଳ କମିଯାଇଥିଲା। ଥରେ ଏହାକୁ ନିୟନ୍ତ୍ରଣକୁ ଆଣିବା ପରେ, ପ୍ରତ୍ୟାଶିତ ଜୀବନକାଳ ମଧ୍ୟ ନିୟନ୍ତ୍ରଣକୁ ଆସିଥିଲା। ସେହିଭଳି ଭାବେ କରୋନା ମହାମାରୀ ପାଇଁ ଏବେ ଲୋକଙ୍କ ପ୍ରତ୍ୟାଶିତ ଜୀବନକାଳ କମିଛି, ଯାହା ପରବର୍ତ୍ତୀ ସମୟରେ ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରିଆସିଛି।

ସମ୍ବନ୍ଧିତ ଖବର