ପୁଲୱାମା ଆକ୍ରମଣ : ଜୈଶ-ଏ-ମହମ୍ମଦ ଷଡ଼ଯନ୍ତ୍ର ମାମଲାରେ ୫ ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ୨୦୧୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କିତ ଏକ ମାମଲାର ଶୁଣାଣି ହୋଇଛି। ଦିଲ୍ଲୀର ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତ ୬ ଜଣଙ୍କୁ ଦୋଷୀ ଘୋଷଣା କରି ଦଣ୍ଡିତ କରିଛନ୍ତି । ସେହି ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଜଣଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାମଲା ଥିବା ବେଳେ ଏହାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ ଭାର ନେଇଥିଲେ ତତ୍‌କାଳୀନ ଏନ୍‌ଆଇଏ ଏସ୍‌ପି ଡକ୍ଟର ସତ୍ୟଜିତ୍‌ ନାୟକ। ସେ ଏହାର ତଦନ୍ତ ଭାର ଗ୍ରହଣ କରି ଉକ୍ତ ୬ ଜଣ ଦୋଷୀମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲେ।

 

ତେବେ ଦଣ୍ଡାଦେଶ ପାଇଥିବା ଏହି ଦୋଷୀମାନେ ହେଉଛନ୍ତି ଗୁଲାମ ନବୀ ଖାନ୍‌ଙ୍କ ପୁଅ ସଜଦ୍‌ ଅହମ୍ମଦ ଖାନ୍‌, ଗୁଲାମ ମହିଉଦ୍ଦିନ ଗାନିଙ୍କ ପୁଅ ତନଭୀର ଅହମ୍ମଦ ଗାନି, ଫାରୁକ୍‌ ଅହମ୍ମଦ ମିର୍‌ଙ୍କ ପୁଅ ବିଲାଲ୍‌ଅହମ୍ମଦ ମିର୍‌, ଅବଦୁଲ୍‌ ଗାନି ଭଟ୍ଟଙ୍କ ପୁଅ ମୁଜାଫର୍‌ ଅହମ୍ମଦ ଭଟ୍ଟ, ଅବଦୁଲ୍‌ ମାଜିଦ୍‌ ଭଟ୍ଟଙ୍କ ପୁଅ ଅସଫକ୍‌ ଅହମ୍ମଦ ଭଟ୍ଟ ଓ ସ୍ବର୍ଗତଃ ଗୁଲାମ୍‌ ରାସୁଲ ଚୋପାନଙ୍କ ପୁଅ ମେହେରାଜ୍‌-ଉଦ୍‌-ଦିନ୍‌ ଚୋପାନ୍‌।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ପୁଲୱାମାରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ଫଳରେ ୪୦ ଜଣ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର