ସିକ୍ସର ସିଦ୍ଧୁରୁ ବିବାଦୀୟ ସିଦ୍ଧୁ; କିଛି ଏଭଳି ଥିଲା ନବଜୋତଙ୍କ କ୍ରିକେଟରରୁ ରାଜନେତା ହେବାର ଯାତ୍ରା

ନୂଆଦିଲ୍ଲୀ: ସିକ୍ସର ସିଦ୍ଧୁରୁ ବିବାଦୀୟ ସିଦ୍ଧୁ। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିଥିବା ଏହି ଦୁଇଟି ଆଖ୍ୟା ମଧ୍ୟରେ ସମୟର ଅନେକ ଦୂରତା ରହିଥିବା ସହ ତାଙ୍କର ପେସା ମଧ୍ୟ ବଦଳିଛି। ଜଣେ ଦକ୍ଷ ଭାରତୀୟ କ୍ରିକେଟର ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ଅଭିନୟ ଏବଂ ରାଜନୀତି‌ରେ ମଧ୍ୟ ସେ ନିଜକୁ ପ୍ରମାଣ କରିଛନ୍ତି। ଏବେ ପଞ୍ଜାବ ରାଜନୀତିରେ ହଇଚଇ ସୃଷ୍ଟି କରି ବିବାଦୀୟ ହେବା ସହ ସିକ୍ସର ସିଦ୍ଧୁରୁ ସେ ନିଜ ପରିଚୟକୁ ବିବାଦୀୟ ସିଦ୍ଧୁୁକୁ ପରିଣତ କରିଛନ୍ତି। ତେବେ ତାଙ୍କର ଏହି ଯାତ୍ରା ମଧ୍ୟରେ ସେ ଅନେକ ସଂଘର୍ଷ ଦେଖିଥିବା ବେଳେ ତାଙ୍କୁ ଲୋକଙ୍କ ଭଲପାଇବା ସହ ଘୃଣା ମଧ୍ୟ ମିଳିଛି। ଆଜି ଆମେ ତାଙ୍କ ଜୀବନର ସେହି ସବୁ ମୁହୁର୍ତ୍ତ ବିଷୟରେ ଆପଣଙ୍କୁ ଜଣାଇବୁ। ସିକ୍ସର ସିଦ୍ଧୁରୁ ବିବାଦୀୟ ସିଦ୍ଧୁ ପର୍ଯ୍ୟନ୍ତ ତାଙ୍କର ଯାତ୍ରା କିଭଳି ରହିଥିଲା, ତାହା ଆଜି ଆପଣ ଜାଣିପାରିବେ।

ଅକ୍ଟୋବର ୨୦, ୧୯୬୩, ପଞ୍ଜାବର ପଟିଆଲାରେ ଜନ୍ମଗ୍ରହଣ କରନ୍ତି ନବଜୋତ ସିଂହ ସିଦ୍ଧୁ। ସିଦ୍ଧୁଙ୍କ ବାପା ସରଦାର ଭଗୱନ୍ତ ସିଂହ କ୍ରିକେଟକୁ ଭଲ ପାଉଥିବା ସହ ଅନେକ ସମୟରେ କ୍ରିକେଟ ଖେଳୁଥିଲେ। ହେଲେ ଜଣେ ଦକ୍ଷ କ୍ରିକେଟର ଭାବରେ ସେ ନିଜକୁ ପ୍ରମାଣ କରିପାରି ନଥିବାରୁ ନବଜୋତ ସିଂହ ସିଦ୍ଧୁ ତାଙ୍କର ସେହି ସ୍ବପ୍ନ ପୂରଣ କରନ୍ତୁ ବୋଲି ଚାହୁଁଥିଲେ ସରଦାର ଭଗୱନ୍ତ ସିଂହ। ଦିନ ପରେ ଦିନ ଗଡ଼ିବା ସହ ସିଦ୍ଧୁ ନିଜର ପାଠ ପଢ଼ା ସାରି ବାପାଙ୍କ ସ୍ବପ୍ନ ପୂୂରଣ କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ୧୯୮୧ରେ ସେ କ୍ରିକେଟ ଖେଳିବା ଆରମ୍ଭ କରିବା ସହ ପଞ୍ଜାବ ପାଇଁ ପ୍ରଥମେ କ୍ରିକେଟ ଖେଳିିଥିଲେ। ପରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ବିପକ୍ଷରେ ଉତ୍ତର ଜୋନ୍ ପାଇଁ ଖେଳି ୧୨୨ସ୍କୋର କରିବା ପରେ ନଭେମ୍ବର ୧୯୮୩ରେ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

Navjot Singh Sidhu Biography, Education, Background and Political Career

ପରେ ଅହମ୍ମଦାବାଦରେ ଚାଲିଥିବା ତୃତୀୟ ଟେଷ୍ଟ ପାଇଁ ଆହତ ଦିଲୀପ ଭେଙ୍ଗସରକାରଙ୍କ ବଦଳରେ ତାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। ତେବେ ଟେଷ୍ଟ ମ୍ୟାଚ ପରେ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା। ହେଲେ ଏଇଠି ତାଙ୍କର କ୍ରିକେଟର ହେବାର ଯାତ୍ରା ସରିନଥିଲା। ୪ବର୍ଷ ପରେ ବିଶ୍ବକପ ପାଇଁ ତ‌ାଙ୍କୁ ପୁଣି ଥରେ ଡକାଯାଇଥିଲା। ଏହା ପରେ ସେ ଆଉ ପଛକୁ ଫେରି ଦେଖି ନଥିଲେ। ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଭାବରେ ସେ ନିଜର ପରିଚୟ ସୃଷ୍ଟି କରିବା ସହ ତାଙ୍କୁ ‘ସିକ୍ସର ସିଦ୍ଧୁ’ର ଆଖ୍ୟା ଦିଆଯାଇଥିଲା। ୫୧ଟି ଟେଷ୍ଟ ମ୍ୟାଚ୍ ଏବଂ ୧୩୬ଟି ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ପରେ ସେ କ୍ରିକେଟରୁ ଅବସର ନେଇ ଟିଭିରେ କାମ ଏବଂ କମେଣ୍ଟ୍ରି କରିବା ଆରମ୍ଭ କରିଥିଲେ। ‘ଦ କପିଲ ଶର୍ମା ‌ସୋ’, ‘କମେଡି ନାଇଟ୍ସ ଉଇଥ କପିଲ’, ‘ବିଗ୍ ବସ’, ‘କ୍ୟା ହୋଗା ନିମୋ କା’ ଭଳି ଟିଭି ସୋରେ ସେ କାମ କରିବା ସହ ଅନେକ କ୍ରିକେଟ ମ୍ୟାଚ୍ ପାଇଁ ସେ କମେଣ୍ଟ୍ରି କରିଥିଲେ।

ତେବେ ୧୯୮୮ରେ ଘଟିଥିବା ଘଟଣା ତାଙ୍କୁ ମିଳିଥିବା ସିକ୍ସର ସିଦ୍ଧୁର ଆଖ୍ୟାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ବିବାଦୀୟ ସିଦ୍ଧୁର ଆଖ୍ୟା ଦେଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁ ଡିସେମ୍ବର ୨୭,  ୧୯୮୮ରେ ପଟିଆଲାର ଶେରାନୱାଲା ଗେଟ୍ କ୍ରସିଂ ନିକଟରେ ପାର୍କିଂ ହୋଇଥିବା ଏକ ମାରୁତି ଜିପ୍ସିରେ ବସିଥିବାବେଳେ ଗୁରୁନାମ୍ ସିଂ ଅନ୍ୟ ଦୁଇଜଣଙ୍କ ସହ ମାରୁତି କାରରେ ଆସି ଦୁହିଁଙ୍କୁ ରାସ୍ତା ପଚାରିଥିଲେ। ଏଥିରେ ରାଗି ଯାଇ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ଗୁରୁନାମଙ୍କୁ ମାଡ଼ ମାରିଥିଲେ। ପରେ ଗୁରୁନାମଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପାଇଁ ସିଦ୍ଧୁଙ୍କ କ୍ୟାରିୟରରେ ଏକ ଲମ୍ବା ବ୍ରେକ ଲାଗିଥିଲା। ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ସିଦ୍ଧୁଙ୍କୁ ଜେଲ ଦଣ୍ଡ ମିଳିବା ପରିବର୍ତ୍ତେ ଜରିମାନା ଆଧାରରେ ଛାଡ଼ିଥିଲେ ସୁପ୍ରିମକୋର୍ଟ।

ଏ ମଧ୍ୟରେ ସେ ଜଣେ ରାଜନେତା ଭାବରେ ମଧ୍ୟ ନିଜର ଯାତ୍ରା ଆରମ୍ଭ କରିସାରିଥିଲେ। ୨୦୦୪ରୁ ସେ ବିଜେପି ଦଳରେ ସାମିଲ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୪ରେ ହୋଇଥିବା ସାଧାରଣ ନିର୍ବାଚନରେ ଅମୃତସର ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ସିଦ୍ଧୁ। ଏହା ପରେ ସେ ଲୋକଙ୍କ ହୃଦୟ ଜିତିବା ସହ ଗୋଟେ ପ‌ରେ ଗୋଟେ ନିର୍ବାଚନ ଜିତିବା ଆରମ୍ଭ କରିଥିଲେ। ଏପ୍ରିଲ ୨୮, ୨୦୧୬ରେ ସେ ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ଯେମିତି ଆମ ଆଦମୀ ପାର୍ଟିରେ ଯୋଗ ନଦିଅନ୍ତୁ ସେଥିପାଇଁ ଦଳ ତାଙ୍କୁ ରାଜ୍ୟସଭାର ସଦସ୍ୟ କରିଥିଲେ ବି ଜୁଲାଇ ୧୮, ୨୦୧୬ରେ ସିଦ୍ଧୁ ରାଜ୍ୟସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

Cricketer, commentator, politician and television judge Navjot Singh Sidhu career early life struggle and school education age birthday - cricketer, commentator, politician and television judge Navjot Singh Sidhu » Rojgar Samachar |

ପରେ ସେପ୍ଟେମ୍ବର ୨, ୨୦୧୬ରେ, ସିଦ୍ଧୁ ପରଗତ ସିଂ ଏବଂ ବେନ୍ସ ବ୍ରଦର୍ସଙ୍କ ସହ ଏକ ନୂତନ ରାଜନୈତିକ ସାମ୍ମୁଖ୍ୟ ଆୱାଜ୍-ଏ-ପଞ୍ଜାବ ଗଠନ କରିଥିଲେ। ପଞ୍ଜାବ ବିରୋଧରେ କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଲଢ଼ିବାକୁ ଆୱାଜ୍-ଏ-ପଞ୍ଜାବ ଗଠନ କରାଯାଇଥିଲା। ହେଲେ ପରେ ସିଦ୍ଧୁ ନିଜ ମନ ବଦଳାଇବା ସହ ଜାନୁଆରି ୨୦୧୭ରେ କଂଗ୍ରେସ ହାତ ଧରିଥିଲେ। ୨୦୧୭ରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଅମୃତସର ପୂର୍ବରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ ୪୨,୮୦୯ ଭୋଟ ବ୍ୟବଧାନରେ ଜିତିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ସେ ପଞ୍ଜାବ କଂଗ୍ରେସରେ ରହି ବିଭିନ୍ନ ଦାୟିତ୍ବ ତୁଲାଇଛନ୍ତି।

ତେବେ ଚଳିତ ବର୍ଷ ପଞ୍ଜାବ କଂଗ୍ରେସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ତାଙ୍କୁ ବିବାଦୀୟ ସିଦ୍ଧୁର ଆଖ୍ୟା ଦେଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦରଙ୍କ ସହ ତାଙ୍କର ବିବାଦ ଏତେ ବଢ଼ିଥିଲା ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦରଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ପରେ ଚରଣଜୀତ ସିଂହ ଚନ୍ନିଙ୍କୁ କଂଗ୍ରେସ ହାଇକମାଣ୍ଡ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିବା ପରେ ପଞ୍ଜାବ କଂଗ୍ରେସର କନ୍ଦଳ ଶେଷ ହେବ ବୋଲି ଆଶା କରାଯାଉଥିଲା। ହେଲେ ଆଡ୍‌ଭୋକେଟ୍‌ ଜେନେରାଲ ଏଏସ୍‌ପି ଦେଓଲଙ୍କ ନିଯୁକ୍ତିକୁ ନେଇ ଅସନ୍ତୋଷ ଜାହିର କରିଥିଲେ ସିଦ୍ଧୁ। ହେଲେ କିଛି ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ଏନେଇ ବିବାଦ ଚାଲିବା ପରେ ଶେଷରେ ସିଦ୍ଧୁଙ୍କ କଥା ରଖଯାଇଥିଲା। ସିଦ୍ଧୁଙ୍କୁ ଖୁସି କରାଇବା ପାଇଁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଏଏସ୍‌ପି ଦେଓଲ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର