ଆଜୀବନ ବନ୍ଦୀ ୧୦ ବର୍ଷ ଜେଲ୍‌ରେ ଥିଲେ ମୁକୁଳାଯାଉ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଆଜୀବନ ‌ଦୋଷୀ ସାବ୍ୟସ୍ତ ହୋଇଥିବା ଯେଉଁ ବ୍ୟକ୍ତିମାନେ ୧୦ ବର୍ଷ ଜେଲ୍‌ରେ କଟାଇ ସାରିଛନ୍ତି ସେମାନଙ୍କୁ ସର୍ତ୍ତମୂଳକ ଭାବେ ଜାମିନରେ ଛାଡ଼ି ଦେବାପାଇଁ ସୁପ୍ରିମକୋର୍ଟ ଆଜି କହିଛନ୍ତି। ଯେଉଁ ଆଜୀବନ ବନ୍ଦୀ ବ୍ୟକ୍ତି ୧୦ ବର୍ଷ ଜେଲ୍‌ରେ କଟାଇ ସାରିଛନ୍ତି ଏବଂ ସେହି ରାୟ ବିରୋଧରେ ତାଙ୍କର ଆବେଦନ ଦୀର୍ଘବର୍ଷ ଧରି ପଡ଼ି ରହିଛି ଏବଂ ଆବେଦନର ଶୁଣାଣି ନିକଟ ଭବିଷ୍ୟତରେ ହାଇକୋର୍ଟରେ ହେବାର ନାହିଁ ତାଙ୍କୁ ଜାମନିରେ ଛାଡ଼ି ଦେବାକୁ କୋର୍ଟ କହିଛନ୍ତି। ଜେଲଗୁଡ଼ିକୁ ଭିଡ଼ରୁ ରକ୍ଷା କରିବା ଲକ୍ଷ୍ୟରେ ଏହା କରାଯିବା ଉଚିତ। ବିଚାରପତି ସଞ୍ଜୟ କିଶନ କୌଲ ଏବଂ ବିଚାରପତି ଅଭୟ ଏସ୍‌ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସଂକ୍ରାନ୍ତ ଏକାଧିକ ମାମଲାର ଶୁଣାଣ କରିବା ବେଳେ ଏହା କହିଛନ୍ତି।

ସମ୍ବନ୍ଧିତ ଖବର