ଆମେରିକାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା, ଭାରତୀୟ ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ

ନ୍ୟୁୟର୍କ : ନିଜକୁ ସଭ୍ୟ ସମାଜର ପୁରୋଧା କହୁଥିବା ଆମେରିକାରେ ଆଜି ଏକ ଲଜ୍ଜାଜନକ ଘଟଣା ଘଟିଛି ।  ମାନହାଟନର ୟୁନିୟନ ସ୍କ୍ବେୟାରଠାରେ ଥିବା ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତିକୁ କେତେକ ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାକୁ ଆମେରିକାରେ ଥିବା ଭାରତୀୟ ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଘଟଣାକୁ ଆମେରିକାରେ ଥିବା କନସୁଲେଟ ଜେନେରାଲ ନିନ୍ଦା କରିଛନ୍ତି । ଏହି ଘଟଣା ସଂପର୍କରେ ସ୍ଥାନୀୟ ପ୍ରଶାସନକୁ  ଅବଗତ କରାଯାଇଛି ବୋଲି କନସୁଲେଟ ଜେନେରାଲ କହିଛନ୍ତି ।

ପୁଣି ଘଟଣାର ତଦନ୍ତ ଓ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ନିକଟରେ ଦାବି କରାଯାଇଛି ବୋଲି ଭାରତୀୟ କନସୁଲେଟ ଜେନେରାଲ କହିଛନ୍ତି ।

ଘଟଣାଟି ଶନିବାର ସକାଳେ (ଭାରତୀୟ ସମୟ ସଂଧ୍ୟା) ହୋଇଥିବା ଜଣାଯାଇଛି । ୧୯୮୬ରେ ମହାତ୍ମାଗାନ୍ଧୀର ୧୧୭ ତମ ଜୟନ୍ତୀ ଉପଲକ୍ଷେ ଗାନ୍ଧି ସ୍ମୃତି ଅନ୍ତର୍ଜାତୀୟ ଫାଉଣ୍ଡେସନ ପକ୍ଷରୁ ଏହି ପ୍ରତିମୂର୍ତ୍ତିକୁ ଦାନ କରାଯାଇଥିଲା । ୨୦୦୧ରେ ଏହି ପ୍ରତିମୂର୍ତ୍ତିକୁ ସ୍ଥାନୀୟ ଏକ ପାର୍କରେ ଲଗାଯାଇଥିଲା ।

ଗତ ମାସରେ କାଲିଫର୍ଣ୍ଣିଆର ସିଟି ଅଫ ଡେଭିସଠାରେ ଥିବା ଗାନ୍ଧିଙ୍କ ଏକ ବ୍ରୋଞ୍ଜ ମୂର୍ତ୍ତିକୁ ମଧ୍ୟ କେତେକ ଗୋଷ୍ଠୀ ଭଙ୍ଗାରୁଜ୍ଜା କରିଥିଲେ ।

ସମ୍ବନ୍ଧିତ ଖବର