ମସ୍କୋ: ବ୍ଲାଡ଼ିମିର ପୁଟିନ ଲଗାତାର ୫ମଥରପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି। ଗତ ୨୫ ବର୍ଷ ଧରି ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଆସିଛନ୍ତି। ଏବେ ୫ମ ଥର ଆସନ୍ତା ୬ ବର୍ଷ ପାଇଁ କ୍ଷମତା ଦଖଲ କରି ସେ ପୂର୍ବତନ ସୋଭିଏତ୍ ଦେଶର ଏକଛତ୍ରବାଦୀ ଶାସକ ଜୋସେଫ ଷ୍ଟାଲିନଙ୍କ ସର୍ବାଧିକ ଅଧିକ ବର୍ଷ କ୍ଷମତାରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ପୁଟିନ ୮୭.୯୭ ପ୍ରତିଶତ ଭୋଟ୍ ହାସଲ କରି ବିଜୟୀ ହୋଇଛନ୍ତି। ଦେଶର ୮୦ ଲକ୍ଷରୁ ଅଧିକ ଲୋକ ଅନଲାଇନରେ ଭୋଟିଂ କରିଥିଲେ। ପ୍ରଥମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟ୍ରୋନିକ୍ଦ ଭୋଟିଂ ମେସିନର ବ୍ୟବହାର କରାଯାଇଥିଲା।
ପୁଟିନଙ୍କ ଜୀବନ କାହାଣୀ ଅତି ରୋଚକ ତଥା ସଂଘର୍ଷମୟ। ବିଭିନ୍ନ ସମୟରେ ସେ ନାନା କାରଣରୁ ଖବର ହେଡ଼ଲାଇନରେ ମଧ୍ୟ ରହି ଆସିଛନ୍ତି। ନିଜର ଲଭ୍ ଲାଇଫ୍ ନେଇ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ୭୧ ବର୍ଷ ବୟସ୍କ ପୁଟିନ ନିଜ ଠାରୁ ୩୧ ବର୍ଷ ବୟସ୍କ ଛୋଟ ଗର୍ଲଫେଣ୍ଡ ଏକାତେରିନା କାତ୍ୟା ମିଚୁଲିନାଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମୃତ ଏଲେକ୍ସି ନଭଲନି କାତ୍ୟାଙ୍କୁ ‘ବାର୍ବି’ ବୋଲି ଅଭିହିତ କରି ଏହି ଖବର ଲୋକଲୋଚନକୁ ଆଣିଥିଲେ। ପୁଟିନଙ୍କର ପୂର୍ବତନ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜୟିନୀ ଅଲିନା କାବେଭାଙ୍କ ସହିତ ମଧ୍ୟ ସମ୍ପର୍କ ଥିଲା। କୁହାଯାଉଛି କୋବେଭାଙ୍କର ପୁଟିନଙ୍କଠାରୁ ୩ ସନ୍ତାନ ଅଛନ୍ତି। ତେବେ ଏହାକୁ ନେଇ ଅଧିକାରିକ ଭାବେ କୌଣସି ତଥ୍ୟ ମିଳିନାହିଁ।
Putin finally mentions Navalny by name, a month after his death. These "revelations" about being willing to release Navalny on the day of his death are a cruel joke. The reality is that an innocent man was imprisoned after two weeks in a coma, then sent to the Arctic Circle and… pic.twitter.com/rlKYFWZTYL
— Mikhail Khodorkovsky (@khodorkovsky_en) March 17, 2024
ପୁଟିନ ନିଜ ସ୍ତ୍ରୀ ଲ୍ୟୁଡମିଲା ପୁତିନାଙ୍କୁ ୨୦୧୪ରେ ଛାଡ଼ପତ୍ର ଦେଇସାରିଛନ୍ତି। ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଥିବା ପୁତିନାଙ୍କୁ ପୁଟିନ ୧୯୯୩ରେ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ମାରିଆ ପୁତିନା ତେକତାରିନା ପୁତିନା ଅଛନ୍ତି। ରୁଷିଆର ଗୁପ୍ତଚର ଅନ୍ନା ଚେପମ୍ୟାନ୍ ମଧ୍ୟ ପୁଟିନଙ୍କ ଗର୍ଲଫେଣ୍ଡ ଥିଲେ।
President of Russia Vladimir Putin performing Nage-Komi, a Judo throwing practice pic.twitter.com/HLmAf6zz2b
— Historic Vids (@historyinmemes) January 9, 2024
ପୁଟିନ ୧୮ ବର୍ଷ ବୟସରେ ଜୁଡୋରେ ବ୍ଳାକ୍ ବେଲ୍ଟ ହାସଲ କରିଥିଲେ। ତେବେ ତାଙ୍କ ମା’ ଜୁଡୋକୁ ପସନ୍ଦ କରୁ ନ ଥିଲେ। ପୁଟିନ ପୋଷା ଜୀବଙ୍କୁ ଭଲ ପାଆନ୍ତି। ତାଙ୍କ ପାଖରେ ବହୁ ବ୍ରିଡ୍ ର କୁକୁର ଅଛନ୍ତି। ଦ୍ରୁତ ଗାଡ଼ି ଚାଳନା ତାଙ୍କୁ ପସନ୍ଦ।
ପୁଟିନଙ୍କ ଜନ୍ମ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହୋଇଥିଲା। ତାଙ୍କ ଜେଜେ ବାପା ସ୍ପିରିଡନ ପୁଟିନ ଲେନିନ୍ ଏବଂ ଷ୍ଟାଲିନଙ୍କ ରୋଷେଇଆ ଥିଲେ। ପିତା ବ୍ଲାଡିମିର ସ୍ପିରିଡୋନେଭିଚ୍ ସୋଭିଏତ ନେଭିରେ ଥିଲେ।
ତେବେ ତାଙ୍କ ପିତା ଚାକିରି ଛାଡି ଏକ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। ମା‘ ଅର୍ଥ ଅଭାବରୁ ଘର ଚଳାଇବା ପାଇଁ ରାସ୍ତା ଝାଡୁ କରୁଥିଲେ। ପୁଟିନ ୧୫ ବର୍ଷ ଗୁପ୍ତଚରୀ କରି କେଜିବିରେ ଫରେନ ଇଣ୍ଟେଲଜେନ୍ସ ଅଫିସର ଭାବେ କାର୍ଯ୍ୟ କରିଥିଲେ। ସେ ଜର୍ମାନୀ ଭାଷାରେ ଭଲ କଥାବାର୍ତ୍ତା କରନ୍ତି। ତାଙ୍କୁ ଇଂରାଜୀ ଭଲ ଭାବେ ଆସେନି।