କୋଏମ୍ବାଟୁର: ତାମିଲନାଡୁର ଜଣେ ଯୁବକ ଫେସ୍ବୁକରେ ନିଜ ଆତ୍ମହତ୍ୟାର ଲାଇଭ କରିଛନ୍ତି। ଏକ ଘରୋଇ ସଂସ୍ଥାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ତାମିଲନାଡୁର ଚିନ୍ନାରାଭୁଥାନପାଲୟାମ ଗ୍ରାମର ଜଣେ ଯୁବକ କେ. ରାମକୁମାର ଗତ ବୁଧବାର ଦିନ ନିଜ ଆତ୍ମହତ୍ୟାର ଲାଇଭ କରିଥିଲେ। ରାମକୁମାର ତିରୁପୁର ସହରରେ ଏକ ଘରୋଇ ସଂସ୍ଥାରେ ଡ୍ରାଇଭର କାର୍ଯ୍ୟ କରୁଥିଲେ ଏବଂ ନିଜ ପତ୍ନୀ, ପୁଅ, ଝିଅଙ୍କ ସହିତ ଏକ ଘରେ ଭଡ଼ାରେ ରହୁଥିଲେ। ରାମକୁମାର ପ୍ରଚୁର ମଦ ପିଇ ସବୁଦିନେ ଘରକୁ ଫେରୁଥିଲେ ବୋଲି ତାଙ୍କ ପତ୍ନୀ ସୁହାସିନୀ କହିଛନ୍ତି। ତିରୁପୁର ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଫେସ୍ବୁକରେ ନିଜ ଆତ୍ମହତ୍ୟାର ଲାଇଭ୍ କଲେ ଯୁବକ
/sambad/media/post_attachments/wp-content/uploads/2020/06/Facebook-3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)