ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୬୪ ଜଣଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ

ବାଙ୍ଗାଲୋର: କର୍ଣ୍ଣାଟକର ବିରୋଧୀ ଦଳର ନେତା ସିଦ୍ଧରମୈୟା, ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ପ୍ରଖ୍ୟାତ ସାହିତ୍ୟିକ କେ ଵୀରଭଦ୍ରାପ୍ପାଙ୍କ ସମେତ ୬୪ ଜଣଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି | ଏହି ଧମକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ମେସେଜରେ ଲେଖାଯାଇଛି ଯେ “ମୃତ୍ୟୁ ତୁମ ମୁଣ୍ଡ ଉପରେ ଘୁରି ବୁଲୁଛି, ଅନ୍ତିମ ସଂସ୍କାରର ପ୍ରସ୍ତୁତି କରିଦିଅ’ |

ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ପୁଲିସ ବିଭାଗ ତଦନ୍ତ ଆରମ୍ଭ କରିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କୁମାରସ୍ୱାମୀଙ୍କ ସମେତ ୬୪ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ ସୋସିଆଲ ମିଡିଆ ଜରିଆରେ ମୃତ୍ୟୁ ଧମକ ଦିଆଯାଇଛି। ଭାଇରାଲ ହୋଇଥିବା ଏହି ମେସେଜର ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଜଣେ ହିନ୍ଦୁ ବ୍ୟକ୍ତି ବୋଲି ପରିଚିତ କରିଛନ୍ତି |

ସେହି ବ୍ୟକ୍ତି ତାଙ୍କ ମେସେଜରେ ଲେଖିଛନ୍ତି – ତୁମେ ବିନାଶର ପଥରେ ଅଛ। ମୃତ୍ୟୁ ତୁମର ଅତି ନିକଟତର ହୋଇସାରିଛି | ବର୍ତ୍ତମାନ ପ୍ରସ୍ତୁତ ରୁହ | ମୃତ୍ୟୁ ତୁମକୁ ଯେକୌଣସି ଢଙ୍ଗରେ ଆଶ୍ଚର୍ଯ୍ୟ କରିପାରେ | ତୁମର ପରିବାର ସଦସ୍ୟଙ୍କୁ ସୂଚନା ଦିଅ ଏବଂ ତୁମର ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କର | ଏହି ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଏଭଳି ଧମକକୁ ହାଲୁକା ଭାବେ ନ ନେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର