ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମେରଠର ଲୋହିୟାନଗର ଥାନା ଅଞ୍ଚଳସ୍ଥ ହାପୁଡ଼ ଚୁଙ୍ଗିସ୍ଥିତ କ୍ୟାପିଟାଲ ହସ୍ପିଟାଲରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲିଫ୍ଟରେ ଫଶି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କିଠୋର ବହରୋଡ଼ା ଗ୍ରାମର ବାସିନ୍ଦା ଅଙ୍କୁଶ ମାବି ସ୍ତ୍ରୀ କରିସ୍ମାଙ୍କ ପ୍ରସବ ପାଇଁ ଗୁରୁବାର ସକାଳେ ହାପୁଡ଼ ଚୁଙ୍ଗି ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ କରିସ୍ମାଙ୍କ ପ୍ରସବ ହୋଇଥିଲା। ପ୍ରସବ ପରେ ଶିଶୁକୁ ନର୍ସରିରେ ରଖାଯାଇଥିବା ବେଳେ ମା’ କରିସ୍ମାଙ୍କୁ ଷ୍ଟ୍ରେଚରରେ ଲିଫ୍ଟ ଯୋଗେ ବେଡ ପର୍ଯ୍ୟନ୍ତ ଅଣାଯିବାର ଥିଲା। ଯେମିତି ହିଁ ନର୍ସମାନେ ଲିଫ୍ଟ ଭିତରେ କରିସ୍ମାକୁ ପ୍ରବେଶ କରିଛନ୍ତି ଲିଫ୍ଟ ଛିଣ୍ଡି ଯାଇଥିଲା।
ଏହି ଦୁର୍ଘଟଣାରେ କରିସ୍ମାଙ୍କ ଶରୀର ଅଧା ଲିଫ୍ଟ ଭିତରେ ଅଧା ବାହାରେ ରହିଥିଲା। ଏପରି ଭାବେ ସେ ଘଣ୍ଟାଏ ରହିବା ପରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାପରେ ମୃତକଙ୍କ ପରିବାର ହସ୍ପିଟାଲ ପରିସରରେ ପହଞ୍ଚି ଉତ୍ତେଜନା କରିଥିଲେ।
ସିଏମଓ ଡାକ୍ତର ଅଶୋକ କଟାରିଆ କହିଛନ୍ତି, ‘କ୍ୟାପିଟାଲ ହସ୍ପିଟାଲର ଲିଫ୍ଟ ଭାଙ୍ଗିବା ଘଟଣାର ତଦନ୍ତ କରାଯିବ। ଯାଞ୍ଚରେ ହସ୍ପିଟାଲର ମାନକ ଠିକ ରହିଥିଲା। ତଥାପି ଏହା ଯାଞ୍ଚ କରାଯାଉଛି କି ଲିଫ୍ଟରେ ତ୍ରୁଟି ଥିଲେ ତାହାକୁ ସଜଡ଼ା ଯାଉଥିଲା କି ନାହିଁ।