ନୂଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଚଳିତବର୍ଷ ୭୦ ତମ ସମ୍ବିଧାନ ଦିବସ ପାଳିତ ହେବ । ଏଥିପାଇଁ ସଂସଦ ଓ ରାଷ୍ଟ୍ରପତି ଭବନକୁ ସୁଦୃଶ୍ୟ ଆଲୋକମାଳାରେ ସଜ୍ଜିତ କରାଯାଇଛି | ୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡା.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ ।
୨୬ ଜାନୁଆରୀ ୧୯୫୦ ରେ ଲାଗୁ କରାଯାଇଥିବା ଭାରତର ସମ୍ବିଧାନ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ “ସମ୍ବିଧାନ ଦିବସ” ରୂପେ ପାଳନ କରାଗଲା । ଡା. ଆମ୍ବେଦକରଙ୍କ ଯୋଗଦାନ ଏବଂ ସମ୍ବିଧାନର ମହତ୍ତ୍ୱକୁ ପ୍ରସାର କରିବା ପାଇଁ “ସମ୍ବିଧାନ ଦିବସ” ପାଳନ କରାଯାଏ ।
ସମ୍ବିଧାନ ସଭାର ସଦସ୍ୟଙ୍କୁ ଭାରତର ବିଭିନ୍ନ ରାଜ୍ୟର ନିର୍ବାଚିତ ସଦସ୍ୟଙ୍କ ଦ୍ୱାରା ଚୟନ କରାଯାଇଥିଲା । ପଣ୍ଡିତ ଜବାହାରଲାଲ୍ ନେହେରୁ ,ଡ.ରାଜେନ୍ଦ୍ର ପ୍ରସାଦ , ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ , ମୌଲାନା ଅବୁଲ୍ କଲାମ୍ ଆଜାଦ୍ ଆଦି ଏହି ସଭାର ପ୍ରମୁଖ ସଦସ୍ୟ ଥିଲେ । ସମ୍ବିଧାନ ପୁସ୍ତକ ପ୍ରସ୍ତୁତି ପାଇଁ କୌଣସି ଟାଇପିଙ୍ଗ୍ ମେସିନ୍ କିମ୍ବା ପଣ୍ଟିଙ୍ଗର ବ୍ୟବହାର କରାଯାଇନଥିଲା ।