ନୂଆଦିଲ୍ଲୀ : ସରକାରୀ ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ବା ବତି ଘର ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍ ହାଉସ୍କୁ ଚିହ୍ନଟ କରାଯାଇଛି। ସେଗୁଡିକ ହେଉଛି, ଗୋପାଳପୁର ଲାଇଟ୍ ହାଉସ୍, ପୁରୀ ଲାଇଟ୍ ହାଉସ୍, ଚନ୍ଦ୍ରଭାଗା ଲାଇଟ୍ ହାଉସ୍, ପାରାଦୀପ ଲାଇଟ୍ ହାଉସ୍ ଏବଂ ଫଲ୍ସ ପଏଂଟ ଲାଇଟ୍ ହାଉସ୍।
ଅନ୍ୟପକ୍ଷରେ ଏହି ପ୍ରକଳ୍ପରେ ଗୁଜରାଟର ୧୩ଟି, ତାମିଲନାଡୁର ୧୧ଟି, କେରଳର ୧୦ଟି, ଆନ୍ଧ୍ର ପ୍ରଦେଶର ୯ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକର ୫ଟି, ପଶ୍ଚିମବଙ୍ଗ ୩ଟି, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୨ଟି ଲାଇଟ୍ ହାଉସ୍ ନିର୍ଦ୍ଧାରିତ ହୋଇଥିବା ବେଳେ ଲାକ୍ଷାଦ୍ୱୀପ ଏବଂ ଗୋଆରେ ଗୋଟିଏ ଲେଖାଏଁ ଲାଇଟ୍ ହାଉସ୍କୁ ଚିହ୍ନଟ କରା ଯାଇଛି । ଡଲଫିନ୍ ନୋଜ୍ ଲାଇଟ୍ ହାଉସ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଏଥିରୁ ବାଦ୍ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/gopalpur-beach.jpg)