ଗୁଆହାଟୀ : ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଚଳିତବର୍ଷର ମୌସୁମୀ ବର୍ଷା ସାମଗ୍ରିକ ଭାବରେ ସ୍ବାଭାବିକ ହୋଇଥିବା ବେଳେ ଭାରତର ଅଧା ଅଞ୍ଚଳରେ ଅତିବୃଷ୍ଟି ଓ ଅଧା ଅଞ୍ଚଳରେ ଅନାବୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ରାଜ୍ୟଗୁଡ଼ିକରେ ମୌସୁମୀ ପ୍ରବଳ ମାଡ଼ କରିଥିବା ବେଳେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଛି।

Advertisment

ପାଣିପାଗ ବିଭାଗ ଅନୁସାରେ, ଆସାମ ଓ ମେଘାଳୟ ଛଡ଼ା ପାଞ୍ଚଟି ଉତ୍ତରପୂର୍ବ ରାଜ୍ୟ- ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଅଦ୍ୟାବଧି ନିଅଣ୍ଟିଆ ବର୍ଷା ହୋଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଭିତରୁ କେବଳ ଆସାମ ଓ ମେଘାଳୟରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଅରୁଣାଚଳପ୍ରଦେଶରେ ୨୨ ପ୍ରତିଶତ କମ୍ ଏବଂ ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ୩୪ ପ୍ରତିଶତ କମ୍ ବର୍ଷା ହୋଇଛି। ପାଣିପାଗ ବିଭାଗର ମାନଦଣ୍ଡ ଅନୁସାରେ ୧୯ ପ୍ରତିଶତ କମ୍ ବା ବେଶି ବର୍ଷା ହେଲେ ତାକୁ ସ୍ବାଭାବିକ ବୋଲି ଧରାଯାଏ।