ଦୁଃଖଦ ଘଟଣା ! ଇୟରଫୋନ ନେଇଗଲା ଯୁବକଙ୍କ ଜୀବନ, କିଛିଦିନ ତଳେ ହୋଇଥିଲା ବିବାହ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ବିଜୁଳି ମାରୁଥିବା ସମୟରେ କାନରେ ଇୟର ଫୋନ ଦେଇଥିବା ହେତୁ ତାଙ୍କର ମୃତ୍ୟୁ ହୋଇଛି। ଉକ୍ତ ଯୁବକଙ୍କ ନାମ ଗୌତମ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ଗୌତମ ନିକଟସ୍ଥ ଏକ ସ୍ଥାନକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ପ୍ରବଳ ଜୋରରେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଗୌତମ ପାଖରେ ଥିବା ଏକ ଚାଳ ଘରକୁ ଚାଲି ଯାଇଥିଲେ। କିଛି ସମୟ ପରେ ସେହି ସ୍ଥାନ ଦେଇ ଯାଉଥିବା ଜଣେ ବ୍ୟକ୍ତି ଦେଖିଥିଲେ କି ଗୌତମ ସେଠାରେ ବସିଛନ୍ତି ଆଉ ତାଙ୍କ କାନ ଓ ମୁହଁରୁ ରକ୍ତ ବାହାରୁଛି। ସେ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ତାଙ୍କ କାନରେ ଇୟରଫୋନ ଲାଗିଥିଲା। ସେ ସଙ୍ଗେସଙ୍ଗେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

जान का दुश्मन बना ईयरफोन

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିଜୁଳି ମାରିବା ସମୟରେ ଗୌତମ କାନରେ ଇୟରଫୋନ ଦେଇଥିବାରୁ ବିସ୍ଫୋରଣ ହୋଇଥିଲା, ଆଉ ଏହି ବିସ୍ଫୋରଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଦୁଃଖର ବିଷୟ ହେଉଛି କି ନିକଟରେ ଗୌତମଙ୍କ ବିବାହ ହୋଇଥିଲା। ତେବେ ପୁଅର ଏଭଳି ମୃତ୍ୟୁ ଖବର ଶୁଣିବା ପରେ ଗୌତମଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ନବବିବାହିତା ପତ୍ନୀ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ପାଗଳପ୍ରାୟ ‌ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର