ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ : ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷେପଣାସ୍ତ୍ର (MPATGM)ର ଦ୍ୱିତୀୟ ଉଡାଣକୁ ଗତକାଲି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର ଅଧିକତମ ରେଂଜ କ୍ଷମତା ସହିତ ବିଭିନ୍ନ ରେଂଜମାନଙ୍କ ପାଇଁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡିଓ, ଭାରତୀୟ ସେନା ଏବଂ ମିଶନ ସହିତ ଜଡିତ ଉଦ୍ୟୋଗମାନଙ୍କର ଏମପିଏଟିଜିଏମ ଅସ୍ତ୍ର ପ୍ରଣାଳୀର ଦ୍ୱିତୀୟ ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହାକୁ ଜଣେ ବ୍ୟକ୍ତି ନିଜ କାନ୍ଧରେ ବହନ କରି ଉତକ୍ଷେପଣ କରିପାରିବ । ଗତ ଶନିବାର ଦିନ ଏହାର ପ୍ରଥମ ପରୀକ୍ଷଣ ହୋଇଥିବାବେଳେ ରବିବାରଦିନ ୨ୟ ପରୀକ୍ଷଣ ହୋଇଛି ।

 

ସମ୍ବନ୍ଧିତ ଖବର