ଜାଣନ୍ତୁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଷ୍ଟମ୍ୟାନ୍‌ର ଆଖ୍ୟା ଦେଲେ ମୋଦୀ?

ସମ୍ବଲପୁର : ଆଜି ଓଡ଼ିଶାର ସମ୍ବଲପୁରରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ନିଜ ଭାଷଣରେ ସେ ଓଡ଼ିଶାରେ ଥିବା ନିଜର ଦୁଇ ବିପକ୍ଷ ଦଳ କଂଗ୍ରେସ ଏବଂ ବିଜୁ ଜନତା ଦଳକୁ କଟାକ୍ଷ କରିଥିବା ଦେଖାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନ ନେଇ ରାଜ୍ୟରେ କୃଷକମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ରାସ୍ତାରେ ସେ ବାଧା ସାଜୁଥିବା କହିଥିଲେ ମୋଦୀ । ଓଡ଼ିଶାର ଜନତା ୨୦ବର୍ଷ ହେଲାଣି ଗୋଟେ ସରକାର ଉପରେ ଭରସା କରି ଆସୁଛନ୍ତି । କିନ୍ତୁ ଏବେ ଲୋକମାନେ ନିଜର ନିଷ୍ପତ୍ତି ବଦଳାଇବାକୁ ଚାହୁଁଛନ୍ତି ।

theshillongtimes.com

ଓଡ଼ିଶାରେ ରାଜ୍ୟ ସରକାର ଏକ ଟଙ୍କାରେ ୧କେଜି ଚାଉଳ ଦେଉଥିବା ନେଇ ଦାବି କରି ଆସୁଥିବା ବେଳେ ପ୍ରକୃତରେ ଏଥିରେ କେନ୍ଦ୍ରର ହାତ ରହିଛି, ତାହା ଜଣାଉ ନାହାନ୍ତି । ଦିଲ୍ଲୀରେ ଥିବା ଚୌକିଦାର ସରକାର ଗୋଟେ କିଲୋ ଚାଉଳକୁ ୨୯ ବା ୩୦ଟଙ୍କାରେ କିଣି ତାକୁ ଗରିବ ରାଜ୍ୟ ଗୁଡ଼ିକ ପଠାଉଛି । ରାଜ୍ୟ ସରକାର ଏହାକୁ କିଣିବାରେ ମାତ୍ର ୧ ବା ୨ ଟଙ୍କା ଖର୍ଚ୍ଚ କରି ଲୋକମାନଙ୍କୁ କମ୍‌ ଦାମ୍‌ରେ ଯୋଗାଇ ଦେଉଥିବା ନେଇ ଦାବି କରି ଆସୁଛନ୍ତି । କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ । କାରଣ ଦିଲ୍ଲୀରୁ ଆସୁଥିବା ସାହାଯ୍ୟକୁ ସେ  ପୋଷ୍ଟମ୍ୟାନ୍‌ ଭଳି ଓଡ଼ିଶାର ଲୋକମାନଙ୍କୁ ଦେଉଛନ୍ତି । ଯଦି ଆପଣଙ୍କ ପୁଅ ଦିଲ୍ଲୀରେ ରହି ଘରକୁ ଘର ଖର୍ଚ୍ଚ ପଠାଏ ଏବଂ ତାକୁ ଘରେ ଆଣି ପୋଷ୍ଟମ୍ୟାନ୍‌ ଦେଇଯାଏ । ତା’ମାନେ କ’ଣ ସେ ଟଙ୍କା ପୋଷ୍ଟମ୍ୟାନ୍‌ ଦେଉଛି ? ମୁଁ କହୁନାହିଁ କି ରାଜ୍ୟ ସରକାର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି କରୁ ନାହାନ୍ତି । କିନ୍ତୁ ସେ ସାହାଯ୍ୟ କେଉଁଠୁ ଆସୁଛି ସେଇଟା ଲୋକମାନଙ୍କୁ ଜଣାଇବା ଦରକାର ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର