‘କୋର୍ଟରେ କୃଷ୍ଣଙ୍କ ଭଳି...’: ଚଣ୍ଡିଗଡ଼ ମେୟର ନିର୍ବାଚନ ଆଦେଶକୁ ନେଇ ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ଅରବିନ୍ଦ କେଜ୍ରିୱାଲ

Advertisment
‘କୋର୍ଟରେ କୃଷ୍ଣଙ୍କ ଭଳି...’: ଚଣ୍ଡିଗଡ଼ ମେୟର ନିର୍ବାଚନ ଆଦେଶକୁ ନେଇ ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ପ୍ରଶଂସା କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଏବଂ ଭଗବାନ କୃଷ୍ଣଙ୍କ ସହ ସମାନତା ଦର୍ଶାଇ କେଜ୍ରିଓ୍ଵାଲ କହିଛନ୍ତି, ଗତକାଲି ସୁପ୍ରିମ୍‌ କୋର୍ଟରେ ଯାହା ଘଟିଥିଲା, ଲାଗୁଥିଲା ଯେମିତି ଭଗବାନ କୃଷ୍ଣ ମଧ୍ୟ ଗତକାଲି ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତିଙ୍କ ଆସନରେ ଭଗବାନ ଥିଲେ।

ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳକୁ ସୁପ୍ରିମ କୋର୍ଟ ରଦ୍ଦ କରି ଆପ୍‌ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ନିର୍ବାଚନରେ ବିଜୟୀ ଘୋଷଣା କରିବାର ଗୋଟିଏ ଦିନ ପରେ କେଜ୍ରିୱାଲ ଏହି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe