ନଜିବୁଲ୍ଲାଙ୍କ ପରି ଫାଶୀରେ ନ ଝୁଲିବାକୁ ଦେଶ ଛାଡ଼ିଥିଲି: ଗନି

ସାଙ୍ଗରେ କିଛି ନେଇନି, ସ୍ଲିପର୍‌ ବଦଳାଇବାକୁ ବି ସମୟ ନଥିଲା

ନୂଆଦିଲ୍ଲୀ: ତାଲିବାନମାନେ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି ଦେଶ ଛାଡ଼ି ପଳାୟନ କରିଥିଲେ। ଏଥିପାଇଁ ଦେଶ ଭିତରେ ଓ ବାହାରେ ତାଙ୍କୁ କଡ଼ା ସମାଲୋଚନାର ଶିକାର ‌ହେବାକୁ ପଡ଼ିଛି। ୟୁଏଇରେ ଆଶ୍ରୟ ନେଇଥିବା ଘନି ହଠାତ୍‌ ଦେଶ ଛାଡ଼ି କାହିଁକି ପଳାୟନ କଲେ ତା’ର କାରଣ ଦର୍ଶାଇଛନ୍ତି। ଘନି କହିଛନ୍ତି, କାବୁଲକୁ ରକ୍ତପାତ ଏବଂ ବିନାଶରୁ ରକ୍ଷା କରିବା ପାଇଁ ସେ ଆଫଗାନିସ୍ତାନ ଛାଡ଼ିଥିଲେ।

ଏକ ଭିଡିଓ ବାର୍ତ୍ତା ଜାରି କରି ଗନି କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଜିବୁଲ୍ଲାଙ୍କୁ ୧୯୯୬ରେ ତାଲିବାନମାନେ ଯେଉଁଭଳି ଭାବେ ହତ୍ୟା କରି ଟ୍ରାଫିକ୍‌ ଲାଇଟ୍‌ରେ ଝୁଲାଇ ଦେଇଥିଲେ ତାଙ୍କୁ ମଧ୍ୟ ସେହିଭଳି ଭାବେ ଫାଶୀ ଦେବାକୁ ତାଲିବାନ ଯୋଜନା କରିଥିଲା। ଏନେଇ ଗନିଙ୍କ ସୁରକ୍ଷାକର୍ମୀ ସତର୍କ କରାଇ ଦେବାପରେ ସେ ତୁରନ୍ତ ଦେଶ ଛାଡ଼ିଥିଲେ ଏବଂ ସାଙ୍ଗରେ କୌଣସି ଅର୍ଥ କିମ୍ବା ସାମଗ୍ରୀ ନେଇନଥିଲେ। ଏପରିକି ସ୍ଲିପର୍‌ ବଦଳାଇବାକୁ ମଧ୍ୟ ସମୟ ପାଇନଥିଲି ବୋଲି ଘନି କହିଛନ୍ତି।

ସମ୍ବନ୍ଧିତ ଖବର