ଜାହାଜ-ହେଲିକପ୍ଟର ଭଳି କଂଗ୍ରେସ ନେତା ବିଜେପିରେ ଯୋଗଦେବାକୁ ଚାହୁଁଥିଲେ, ଆମେ କଲୁ କବାଟ ବନ୍ଦ: ବିଜୟବର୍ଗୀୟ

ଇନ୍ଦୋର: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ କୈଳାସ ବିଜୟବର୍ଗୀୟ କମଲନାଥ ଏବଂ ତାଙ୍କ ପୁଅ ନକୁଳନାଥଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କମଲନାଥ ଏବଂ ନକୁଳନାଥଙ୍କୁ ଜାହାଜ ଓ ହେଲିକପ୍ଟର ସହ କଲେ ତୁଳନା କରିଛନ୍ତି। ସେ ଛିନ୍ଦୱାରାରେ କହିଛନ୍ତି, ବିଜେପିରେ ଯୋଗଦେବା ପାଇଁ ଜାହାଜ ଏବଂ ହେଲିକପ୍ଟର ଭଳି କଂଗ୍ରେସ ନେତା ଯୋଗଦେବାକୁ ଚାହୁଁଥିଲେ। କିନ୍ତୁ ଆମେ ସେମାନଙ୍କ ପାଇଁ ବିଜେପିରେ ପ୍ରବେଶ କରିବାର କବାଟ ବନ୍ଦ କରିଦେଇଥିଲୁ।

କଂଗ୍ରେସର ସଜ୍ଜନ ସିଂ ବର୍ମା ବିଜେପିରେ ଯୋଗଦେବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ସଜ୍ଜନ ଜୟଶ୍ରୀରାମ ସ୍ଲୋଗାନ୍ ଦେଇ ବିଜେପିରେ ଯୋଗଦେବାର ପ୍ରୟାସ କରୁଥିଲେ। କିନ୍ତୁ ଆମେ ସେଭଳି ନେତାଙ୍କୁ ବି‌ଜେପିରେ ଯୋଗଦେବାର ସୁଯୋଗ ଦେବାକୁ ଚାହିଁଲୁ ନାହିଁ। ସେ ବିଜେପିରେ ଯୋଗଦେବା ପାଇଁ ଯୋଗ୍ୟ ନୁହନ୍ତି। ସେ କମଲନାଥ ଏବଂ ନକୁଳନାଥଙ୍କ ନାମ ନ ନେଇ ଜାହାଜ ଓ ହେଲିକପ୍ଟର କହିଛନ୍ତି।

ଛିନ୍ଦୱାରାରୁ କମଲନାଥ କଂଗ୍ରେସ ଟିକେଟ ପାଇଥିବାବେଳେ ତାଙ୍କ ବିରୋଧରେ ବିଜେପି ପକ୍ଷରୁ ବିବେକ ବଣ୍ଟି ସାହୁଙ୍କୁ ପ୍ରଦାନ କରାଯାଇଛି। କିଛି ଦିନ ତଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିଲା ଯେ, ଅସନ୍ତୁଷ୍ଟ କମଲନାଥ ତାଙ୍କ ପୁଅ ନକୁଲନାଥଙ୍କ ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ତେବେ ଶେଷରେ ସମସ୍ତ କଳ୍ପାନଜଳ୍ପନାର ଅନ୍ତ ଘଟିଥିଲା।

ସୂଚନାଯୋଗ୍ୟ,କମଳନାଥଙ୍କ ଗଡ଼ ଭାବେ ଛିନ୍ଦୱାରାକୁ କୁହାଯାଇଥାଏ। ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ସେ ଶିଳ୍ପସଂସ୍ଥା ସ୍ଥାପନ କରିଥିଲେ। ଏହା ଦ୍ବାରା ନିଯୁକ୍ତ ସୁଯୋଗ ସୃଷ୍ଟି ହୋଇ ଯୁବବର୍ଗଙ୍କ ଲାଗି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର