କୋଭିଡ-୧୯ ସହ ମୁକାବିଲା କରିବା ପାଇଁ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍‌ର କାର୍ଯ୍ୟକାରିତା ଉପରେ ସୀମିତ ପ୍ରମାଣ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ଲବ ଅଗ୍ରୱାଲ ଦୋହରାଇଛନ୍ତି ଯେ, କୋଭିଡ -୧୯ ଚିକିତ୍ସାରେ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍‌ର ପ୍ରଭାବକୁ ନେଇ ସୀମିତ ପ୍ରମାଣ ରହିଛି। ଜନସାଧାରଣଙ୍କ ପାଇଁ ଏହାର ସୀମିତ ଉପଲବ୍ଧତା ଏବଂ ପ୍ରେସକ୍ରିପସନ୍ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, କୋଭିଡ-୧୯ ରୋଗୀ କିମ୍ବା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଆମେ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍‌ ବ୍ୟବହାର କରିବାକୁ ଅନୁମତି ଦେଇଛୁ, ଯଦିଓ ଏହାର ଫଳପ୍ରଦତାକୁ ନେଇ ସୀମିତ ପ୍ରମାଣ ଅଛି | ଏହାକୁ ସାମୂହିକ ସ୍ତରରେ ବ୍ୟବହାର କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି ଅଗ୍ରୱାଲ କହିଛନ୍ତି |

ସେ କହିଛନ୍ତି ଯେ, ଏ ନେଇ ଆମେ ଏକ ଆଡ଼ଭାଇଜାରୀ ଜାରି କରିଛୁ। ପ୍ରତ୍ୟେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ସୀମିତ ପ୍ରମାଣକୁ ଆଧାର କରି ଆମେ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଇଥିବାରୁ ଯେ କୌଣସି ଲୋକ ଏହାକୁ ବ୍ୟବହାର କରି ପାରିବେ ବୋଲି ଲୋକଙ୍କ ମନରେ ଏକ ଭୁଲ ଧାରଣା ରହିଛି । ଆମକୁ ବୈଷୟିକ ମାର୍ଗଦର୍ଶନକୁ ଅନୁସରଣ କରିବା ଉଚିତ। ଯେଉଁମାନଙ୍କୁ ଏହି ଔଷଧ ସେବନ କରିବାକୁ ମନା କରାଯାଉଛି, ଦୟାକରି ସେମାନେ ଏହାର ସେବନ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

In Key Breakthrough, US Doctors Identify Promising Drug ...
News18.com

ସୂଚନା ମୁତାବକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୂର୍ବରୁ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ବିଭିନ୍ନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସହିତ ପ୍ରାୟ ୧୦କୋଟି ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍‌ ଟାବଲେଟ୍ ଅର୍ଡର ଦେଇଥିଲା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କେବଳ ଚିକିତ୍ସାରେ ଜଡିତ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ତଥା ସନ୍ଦିଗ୍ଧ କିମ୍ବା ନିଶ୍ଚିତ କୋଭିଡ-୧୯ ରୋଗୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍‌ ଟ୍ୟାବଲେଟ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର