କରୋନା କଟକଣା : ଏଥର ଦିଲ୍ଲୀ ଗଣତନ୍ତ୍ର ଦିବସ ସମାରୋହ ପାଇଁ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳିବ

ନୂଆଦିଲ୍ଲୀ : ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ  ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ ।  ଏହା ସହିତ ଆଉ ନିରାପତ୍ତା ରକ୍ଷା ପାଇଁ ପରେଡ ସ୍ଥଳରେ ଆଉ କେତେକ ପଦକ୍ଷେପ ନେବାକୁ ସରକାର ବିଚାର କରୁଛନ୍ତି ।

ମିଳିଥିବା ରିପୋର୍ଟ ଅନୁସାରେ  ମୁଖ୍ୟ ସମାରୋହ ସ୍ଥଳରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ଚେୟାର ସଂଖ୍ୟା ହ୍ରାସ କରାଯିବ ଓ ସେଗୁଡ଼ିକୁ  ଛାଡ଼ି ଛାଡ଼ି ରଖାଯିବ । ଚଳିତ ଥର ଗଣତନ୍ତ୍ର ଦିବସ ସମାରୋହରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମୁଖ୍ୟ ଅତିଥି ହେବାର କାର୍ଯ୍ୟକ୍ରମ ରହିଛି ।

ଗଣତନ୍ତ୍ର ଦିବସ ପରେଡ ପାଇଁ  ଦିଲ୍ଲୀରେ ସେନାର ଯବାନମାନେ ପହଞ୍ଚିବାରେ ଲାଗିଛନ୍ତି । ତେବେ ଏହି ସମାରୋହ ଉପରେ କରୋନା ଆତଙ୍କ ବଢିବାରେ ଲାଗିଛି । ପରେଡରେ ଅଂଶଗ୍ରହଣ କରିବାକୁ ଗତ ନଭେମ୍ବରପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨ ହଜାର ସେନା କର୍ମଚାରୀ ଦିଲ୍ଲୀରେ ପହଞ୍ଚିଥିବା ଜଣାଯାଇଛି । ତେବେ ଏହି ସେନା ଅଧିକାରୀ ଓ ଯବାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର